Latest Odisha News

BREAKING NEWS

ନାସାର ରୋଭର୍ ଚ୍ୟାଲେଞ୍ଜ ପ୍ରତିଯୋଗିତାରେ ପ୍ରତିନିଧିତ୍ୱ କରିବେ ଓଡ଼ିଶାର ୧୦ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ବଡ଼ ସଫଳତା । ପ୍ରଥମ ଥର ଆନ୍ତର୍ଜାତିକ ପ୍ରତିଯୋଗିତା ‘ନାସା’ ରୋଭର୍‌ ଚାଲେଞ୍ଜ-୨୦୨୧ ପାଇଁ ଭାରତରୁ ପ୍ରତିନିଧିତ୍ୱ କରିବେ ଓଡ଼ିଶାର ୧୦ ଜଣ ସ୍କୁଲ ଛାତ୍ରଛାତ୍ରୀ । ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’ ଦ୍ୱାରା ଏପ୍ରିଲରେ ଆୟୋଜନ ହେବ ଏହି ପ୍ରତିଯୋଗିତା । ଏଥିପାଇଁ ଜାତୀୟ ନଭୋନ୍ମେଷ ପ୍ରସାର ଫାଉଣ୍ଡେସନ୍‌(ନାପସାତ)ପକ୍ଷରୁ ପ୍ରତିଭା ଚୟନ କରାଯାଇଥିଲା ।

୧୪ ବର୍ଷରୁ କମ୍‌ ଛାତ୍ରଛାତ୍ରୀଙ୍କୁ ନେଇ ଆୟୋଜିତ ହେଉଥିବା ଏହି ପ୍ରତିଯୋଗିତା ପାଇଁ ମନୋନୀତ ଟିମର ନେତୃତ୍ୱ ରିଷିକେଶ ଅମିତ ନାୟକ ନେଉଛନ୍ତି । ମହାକାଶ ଗବେଷଣା, ରୋଭର୍ସ, ରକେଟ୍‌, ଉପଗ୍ରହ ଆଦିର ନକ୍ସା ପ୍ରସ୍ତୁତି ଓ ସେ ସମ୍ପର୍କିତ ଗବେଷଣାକୁ ପ୍ରୋତ୍ସୋହନ ଦେବା ଲକ୍ଷ୍ୟରେ ‘ନାସା’ ଏହି ପ୍ରତିଯୋଗିତା ଆୟୋଜନ କରାଯାଉଛି ।

ସ୍କୁଲ ଛାତ୍ରଛାତ୍ରୀଙ୍କ ଦ୍ୱାରା ଉଦ୍ଭାବନ କରାଯାଇଥିବା ରୋଭର୍ସ ଗାଡି ଚନ୍ଦ୍ରପୃଷ୍ଠରେ ଚାଲିଥିବା ଗବେଷଣା କ୍ଷେତ୍ରରେ ନିୟୋଜିତ ହେବା ପାଇଁ ବ୍ୟବହାର କରାଯିବ । ଦୁଇ ଜଣ ଚାଳକଙ୍କ ଦ୍ୱାରା ରୋଭର୍ସକୁ ଚନ୍ଦ୍ରପୃଷ୍ଠରେ ଚଲାଯାଇ ପାରିବ ।

ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ୧୦୦ଟି ରୋଭର୍ସ ସ୍ଥାନ ପାଇଛି । ସେଥିରେ ଭାରତର ଏକମାତ୍ର ରୋଭର୍ସ ମଧ୍ୟ ରହିଛି । ପ୍ରତିଯୋଗିତାରେ ସଫଳତା ଅର୍ଜନ କରିଥିବା ରୋଭର୍ସକୁ ଚନ୍ଦ୍ରପୃଷ୍ଠକୁ ନିଆଯିବ ବୋଲି ସୂଚନା ମିଳିଛି । ଏହି ଆନ୍ତର୍ଜାତିକ ପ୍ରତିଯୋଗିତା ପାଇଁ “ନାପସାତ୍‌’ ପକ୍ଷରୁ ରାଜ୍ୟର ବିଭିନ୍ନ ବିଦ୍ୟାଳୟରୁ କୁନି ବୈଜ୍ଞାନିକଙ୍କୁ ଚୟନ କରାଯାଇଥିଲା।

Leave A Reply

Your email address will not be published.