Latest Odisha News

ଆସନ୍ତାକାଲି ମୋଦୀଙ୍କ ଭୁବନେଶ୍ୱର ଗସ୍ତ: ଜାଣନ୍ତୁ, କେଉଁ ରାସ୍ତା ବ୍ୟବହାର କରିବେ…

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରି ଭୁବନେଶ୍ୱର ବରମୁଣ୍ଡାଠାରେ ଏକ ନିର୍ବାଚନୀ ସଭାରେ ଉଦବୋଧନ ଦେବେ । ଏହି ପରିପ୍ରେକ୍ଷୀରେ ମୋଦୀ ବିମାନବନ୍ଦରରୁ ସିରିପୁର ଦେଇ ବରମୁଣ୍ଡା ଆସିବା ସମୟରେ କମିଶନରେଟ ପୋଲିସ ପକ୍ଷରୁ ଟ୍ରାଫିକ୍ ସମ୍ପର୍କୀୟ ଏକ ନିର୍ଦ୍ଦେଶାନାମା ଜାରି ହୋଇଛି ।

ମୋଦୀଙ୍କ ଏହି ଗସ୍ତ ସମୟରେ ଦିନ ୨ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ ଯାନ ବାହନ ନିୟନ୍ତ୍ରଣ ଲାଗି କେତେକ କଟକଣା ଜାରି ରହିବ ।

ଆସନ୍ତାକାଲିର ଟ୍ରାଫିକ୍ ନିୟନ୍ତ୍ରଣ ଲାଗି ଗାଇଡ଼ଲାଇନ୍
– ମଙ୍ଗଳବାର ଦିନ ସର୍ବସାଧାରଣ ୧୬ ନଂ ଜାତୀୟ ରାଜପଥକୁ ଅପରାହ୍ନ ୨ଟା ଠାରୁ ରାତି ୧୦ ଘଟିକା ପର୍ଯ୍ୟନ୍ତ ବ୍ୟବହାର କରିପାରିବେ ନାହିଁ ।
– ଲୋକାଲ୍ ବସ ଗୁଡ଼ିକ ବରମୁଣ୍ଡା ବସଷ୍ଟାଣ୍ଡରୁ ବାହାରି ସର୍ଭିସ ରୋଡରେ ବାଣୀବିହାର ବାଟେ ୧୬ ନଂ ଜାତୀୟ ରାଜପଥ ଦେଇ କଟକ ଆଡ଼କୁ ଯିବ ।
– ସେହିପରି ଭାବେ ବରମୁଣ୍ଡା ଯିବାକୁ କଟକ ଆଡୁ ଆସୁଥିବା ଯାତ୍ରୀବାହୀ ବସ ଗୁଡ଼ିକ ଖଣ୍ଡଗିରିଠାରେ ଡ଼ାହାଣ ଆଡ଼କୁ ମୋଡ଼ି ବସଷ୍ଟାଣ୍ଡକୁ ଯିବେ ।
– ଖୋର୍ଦ୍ଧାରୁ ବରମୁଣ୍ଡା ପର୍ଯ୍ୟନ୍ତ ଆସୁଥିବା ବସଗୁଡ଼ିକ କେବଳ ସର୍ଭିସ ରୋଡ଼ଦେଇ ବସଷ୍ଟାଣ୍ଡରେ ପହଞ୍ଚିବେ ।

– କଟକରୁ ବାହାରି ଭୁବନେଶ୍ୱର ଆସୁଥିବା ସମସ୍ତ ହାଲୁକା ଯାନ ଏବଂ ଚାରି ଚକିଆ ଯାନ ଗୁଡ଼ିକ ବାଲିକୁଦା ଛକରୁ ପିତାପାଲି ଛକ ପର୍ଯ୍ୟନ୍ତ ଦିଗ ପରିବର୍ତ୍ତନ କରି ଭାୟା ତ୍ରିଶୁଳିଆ ଓ ବାରଙ୍ଗ ଦେଇ ଚାଲିବ । ଏହି ଟ୍ରାଫିକ୍ ନିୟମ ଅପରାହ୍ନ ୨ଟା ଠାରୁ ରାତି ୧୦ଟା ପର୍ଯ୍ୟନ୍ତ ବଳବତ୍ତର ରହିବ । ସେହିପରି ଖୋର୍ଦ୍ଧାରୁ କଟକ ଯାଉଥିବା ହାଲୁକା ଯାନଗୁଡ଼ିକ ଏହି ରାସ୍ତାଦେଇ ଚଳପ୍ରଚଳ କରିବ ।

– ତେବେ ସମସ୍ତ ଟ୍ରକ ସମେତ ଭାରୀ ଯାନଗୁଡ଼ିକ ୧୬ ନଂ ଜାତୀୟ ରାଜପଥ ଦେଇ ଖୋର୍ଦ୍ଧା ଆଡୁ ଭୁବନେଶ୍ୱର ଆଡ଼କୁ ଆସୁଥିଲେ ପିତାପାଲି ଛକଠାରେ ପାର୍କିଂ କରିବ । କଟକରୁ ଭୁବନେଶ୍ୱର ଆସୁଥିବା ସମସ୍ତ ଭାରୀ ଯାନ ତଥା ଓଜନଦାର ମାଲବାହୀ ଟ୍ରକ ଗୁଡ଼ିକ ମଙ୍ଗୁଳି ଛକ ନିକଟରେ ଦିନ ୨ଟାରୁ ରାତି ୧୦ଟା ମଧ୍ୟରେ ପାର୍କିଂ କରି ରହିବେ ।

Leave A Reply

Your email address will not be published.