Latest Odisha News

ଏପ୍ରିଲ୍ ୧୬ରୁ ଆରମ୍ଭ ହେବ ସୋଆ ପ୍ରିମିୟର ଲିଗ୍

ଭୁବନେଶ୍ୱର : ଚଳିତବର୍ଷର ସୋଆ ପ୍ରିମିୟର୍ ଲିଗ୍ କ୍ରିକେଟ ଚାମ୍ପିଅନସିପ ମଙ୍ଗଳବାର ଠାରୁ ଆରମ୍ଭ ହେବାକୁ ଥିବା ଏଥିରେ ୮ଟି ବିଶ୍ୱବିଦ୍ୟାଳୟ ଟିମ୍ ଭାଗ ନେବେ । ସୋଆ ଷ୍ଟାଡିୟମ୍ ଠାରେ ଏହି ପ୍ରିତଯୋଗିତା ଅନୁଷ୍ଠିତ ହେବ ।

ଆୟୋଜକ ଶିକ୍ଷା ଓ ଅନୁସନ୍ଧାନ (ଡିମଡ ଟୁ ବି ୟୁନିଭର୍ସିଟି) ସମେତ ଚାମ୍ପିଅନସିପରେ ଭାଗ ନେବାକୁ ଥିବା ଅନ୍ୟ ଟିମଗୁଡ଼ିକ ମଧ୍ୟରେ ରେଭେନ୍ସା ବିଶ୍ୱବିଦ୍ୟାଳୟ, ଉକ୍ରଳ ବିଶ୍ୱବିଦ୍ୟାଳୟ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ, ଆଇଆଇଆଇଟି, ଭୁବନେଶ୍ୱର, ଏମ୍ସ ଏବଂ ବିର୍ଲା ଗ୍ଲୋବାଲ୍ ବିଶ୍ୱବିଦ୍ୟଳୟ ରହିଛି ।

ଉଦଘାଟନୀ ମ୍ୟାଚରେ ସୋଆ ଏମ୍ସ ସହିତ ଖେଳିବାକୁ ଥିବା ବେଳେ ଆଇଆଇଆଇଟି, ଭୁବନେଶ୍ୱର ବିର୍ଲା ଗ୍ଲୋବାଲ୍ ବିଶ୍ୱବିଦ୍ୟାଳୟ ସହ ମୁହାଁମୁହିଁ ହେବ ।

ଏପ୍ରିଲ୍ ୧୭ ତାରିଖରେ ଉକ୍ରଳ ବିଶ୍ୱବିଦ୍ୟାଳୟ ବିପିୟୁଟି ସହ ଖେଳିବା ବେଳେ ରେଭେନ୍ସା ବିଶ୍ୱବିଦ୍ୟାଳୟ ସହ ଖେଳିବ ଓୟୁଏଟି ।

୧୮ ତାରିଖରେ ମ୍ୟାଚର ବିଜେତାମାନେ ସେମିଫାଇନାଲ୍ ଖେଳିବେ । ପରବର୍ତ୍ତୀ ସମୟରେ ଏପ୍ରିଲ୍ ୧୯ ତାରିଖରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ ବୋଲି ସୋଆ (ଡିମଡ ଟୁ ବି ୟୁନିଭର୍ସିଟି) ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରେ ସୂଚନା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.