Latest Odisha News

ଲାଞ୍ଚ ନେଇ ନିଲମ୍ୱିତ ହେଲେ ସିଡିପିଓ

ଜୟପୁର: ଚାକିରିରୁ ନିଲମ୍ବିତ ହେଲେ ନନ୍ଦପୁର ସିଡିପିଓ ସ୍ନିଗ୍ଧାରାଣୀ ମିଶ୍ର । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ଚାକିରିରୁ ସସପେଣ୍ଡ କରିଛନ୍ତି କୋରାପୁଟ ଜିଲ୍ଲାପାଳ .। ଲାଞ୍ଚ ନେବାବେଳେ ସିଡିପିଓଙ୍କୁ ଧରିଥିଲା ଜୟପୁର ଭିଜିଲାନ୍ସ । ଏସଏଚଜି ଗ୍ରୁପଠାରୁ ୧ଲକ୍ଷ ୭୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଥିଲେ ସିଡିପିଓ ।

ସେପ୍ଟେମ୍ବର ୨୦ରେ ୯ ଲକ୍ଷ ୪୭ ହଜାର ଟଙ୍କାର ଛତୁଆ ବିଲ ଓ ଏସଏଚଜି ଗ୍ରୁପର ପୁନଃ ଚୁକ୍ତିନାମା ପାଇଁ ଲାଞ୍ଚ ଦାବି କରିଥିଲେ ନନ୍ଦପୁର ସିଡିପିଓ । ଘଟଣା ନେଇ ଜୟପୁର ଭିଜିଲାନ୍ସ ଠାରେ ଅଭିଯୋଗ ପରେ ୮ଜଣିଆ ଟିମ୍ ନନ୍ଦପୁର ସ୍ଥିତ କାର୍ଯ୍ୟାଳୟ, ସେମେଳିଗୁଡ଼ା ଓ ଡୁମୁରିପୁଟରେ ଏକକାଳୀନ ଚଢାଉ କରିଥିଲେ ।

Leave A Reply

Your email address will not be published.