Latest Odisha News

BREAKING NEWS

ପଞ୍ଚବଟୀର ସୀତା ଗୁମ୍ଫା, କାଲାରାମ ମନ୍ଦିରରେ ପୂଜାର୍ଚ୍ଚନା କଲେ କ୍ରିତି

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ କ୍ରିତ୍ରି ସାନନ ତାଙ୍କ ଆଗାମୀ ଫିଲ୍ମ ‘ଆଦି ପୁରୁଷ’କୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ଏବେ କ୍ରିତି ନାଶିକର ପଞ୍ଚବଟୀର ସୀତା ଗୁମ୍ଫା ମନ୍ଦିରରେ ପହଞ୍ôଚଛନ୍ତି । ସେ ମନ୍ଦିରରେ ଆଳତୀ କରିବା ସହ ପୂଜାର୍ଚ୍ଚନା କରିଛନ୍ତି । ଏହି ସମୟରେ କ୍ରିତି ରାମ ସିୟା ରାମ ଉଚ୍ଚାରଣ କରୁଥିବା ଦେଖାଯାଇଥିଲା । ପରେ କାଲାରାମ ମନ୍ଦିର ପରିଦର୍ଶନ କରି ମନ୍ଦିରରେ ଆରତୀ କରିଥିଲେ ।

ଫିଲ୍ମ ‘ଆଦିପୁରୁଷ’ରେ କ୍ରିତି ସୀତା ଭୂମିକାରେ ଅଭିନୟ କରିଥିବା ବେଳେ ସାଉଥ୍ ସୁପରଷ୍ଟାର ପ୍ରଭାସ ରାମ ଭୂମିକାରେ ନଜର ଆସିବେ । ନିକଟରେ ଏହି ଫିଲ୍ମର ଦୁଇଟି ଗୀତ ରିଲିଜ ହୋଇସାରିଛି, ଯାହା ଲୋକଙ୍କ ଖୁବ୍ ପସନ୍ଦ ହୋଇଛି । ଶୈଫ ଅଲି ଖାଁ ରାବଣ ଭୂମିକାରେ ନଜର ଆସିବେ । ଏହି ଫିଲ୍ମ ଜୁନ ୧୬ ତାରିଖରେ ରିଲିଜ ହେବ । ରାମାୟଣର କାହାଣୀକୁ ବଡ଼ ପରଦାରେ ଦେଖିବାକୁ ଦର୍ଶକ ଉତ୍ସାହର ସହିତ ଅପେକ୍ଷା କରି ରହିଛନ୍ତି । ଏହି ଫିଲ୍ମଟି ହାଇବଜେଟ୍‌ରେ ନିର୍ମିତ ହୋଇଛି । ଏହାର ଟ୍ରେଲରକୁ ଦର୍ଶକ ଖୁବ୍ ପସନ୍ଦ କରିଥିବାରୁ ଫିଲ୍ମଟି ଭଲ ବ୍ୟବସାୟ କରିବ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛି ।

Leave A Reply

Your email address will not be published.