Latest Odisha News

‘ମଣିପୁର ପଛରେ ବିଜେପିର ଗୁପ୍ତ ଏଜେଣ୍ଡା’

ଭୁବନେଶ୍ୱର: ମଣିପୁର ହିଂସାକୁ ନେଇ ରାଜନୀତି ତୀଵ୍ର ହେବାରେ ଲାଗିଛି। ହିଂସା ଯୋଗୁ ମଣିପୁର ଜଳିବା ସହ ବହୁ ଧନଜୀବନ ହାନି ହୋଇଛି। ଯାହାକୁ ନେଇ କଂଗ୍ରେସ ବିଜେପିକୁ ଟାର୍ଗେଟ କରିବା ସହ ଦଳର ପ୍ରତିନିଧି ମଣ୍ଡଳ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି।

କଂଗ୍ରେସର ଜାତୀୟ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଅଧ୍ୟକ୍ଷତାରେ ଦଳର ପ୍ରତିନିଧି ମଣ୍ଡଳ ରାଷ୍ଟ୍ରପତିଙ୍କୁ ଭେଟିବା ସହ ଏକ ଉଚ୍ଚସ୍ତରୀୟ ଯାଞ୍ଚ ଆୟୋଗ ଗଠନ ପାଇଁ ଦାବି ଜଣାଇଛନ୍ତି। ସୁପ୍ରିମକୋର୍ଟଙ୍କ ଜଣେ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ଯାଞ୍ଚ କମିଟି ଗଠନ କରିବା ସହ ୧୨ ଟି ଦାବି ରଖାଯାଇଛି।

ସେପଟେ ଏହି ସଂଘର୍ଷରେ ମୃତ୍ୟୁବରଣ କରିଥିବା ପରିବାରକୁ ୧୦ ଲକ୍ଷ ଟଙ୍କା ସହାୟତା ସହ ମୃତକ ପରିବାରର ଜଣଙ୍କୁ ଚାକିରୀ ଦିଆଯିବ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା ହୋଇଛି।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଣିପୁର ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବା ସହ ବିଭିନ୍ନ ବର୍ଗର ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି। ସେପଟେ କଂଗ୍ରେସ ଏ ଘଟଣା ପାଇଁ ବିଜେପିକୁ ଟାର୍ଗେଟ କରିଚାଲିଛି।

ଭାରତ ଇତିହାସରେ ଏଭଳି ଘଟଣା କେବେ ହୋଇ ନ ଥିବା ବେଳେ ଏବେ ହୋଇଛି ଓ ଯାହା ଫଳରେ ବହୁ ଜୀବନ ଯାଇଛି। ସେପଟେ ମଣିପୁର ଓ କେନ୍ଦ୍ରର ବିଜେପି ସରକାର ନିରବଦ୍ରଷ୍ଟା ସାଜିଥିବା କଂଗ୍ରେସ ଅଭିଯୋଗ କରିଛି।

ଏପରିକି ଏଭଳି ଏକ ସମ୍ବେଦନଶୀଳ ଓ ସ୍ପର୍ଶକାତର ଘଟଣାର ସ୍ଥିତି ଅନୁଧ୍ୟାନ ପାଇଁ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ପ୍ରାୟ ମାସେ ଲାଗିଯିବାକୁ ନେଇ ତୀଵ୍ର ସମାଲୋଚନା କରାଯାଇଛି। ଏହା ପଛରେ ବିଜେପିର ଗୁପ୍ତ ଏଜେଣ୍ଡା ଥିବା କଂଗ୍ରେସ ଅଭିଯୋଗ କରିଛି।

ସେପଟେ ମଣିପୁରର ଏଭଳି ସ୍ଥିତି ପାଇଁ ବିଜେପିକୁ ଦାୟୀ କରିବା ସହ ପ୍ରଧାନମନ୍ତ୍ରୀ ମୋଦି ନିରବ କାହିଁକି ବୋଲି ପ୍ରଶ୍ନ କରିଛି କଂଗ୍ରେସ। ଏହା କଣ ସବକା ସାଥ ସବକା ବିକାଶ କି ବୋଲି ପ୍ରଶ୍ନ କରିଛି ଦଳ।

ତେଣୁ ଦଙ୍ଗା ଯୋଗୁ ମଣିପୁର ଅଶାନ୍ତ ହୋଇଥିବା ବେଳେ ଏବେ ମଣିପୁରକୁ ନେଇ ଦେଶର ରାଜନୀତି ଚଳଚଞ୍ଚଳ ହୋଇଉଠିଛି।

Leave A Reply

Your email address will not be published.