Latest Odisha News

BREAKING NEWS

ସବୁ ଜିଲ୍ଲାରେ ଲକ୍ଷପତି ଦିଦି କର୍ମଶାଳା: ପ୍ରତ୍ୟେକ ଜିଲ୍ଲାର କମ୍ୟୁନିଟି ସପୋର୍ଟ ଷ୍ଟାଫ୍‌ଙ୍କୁ ନେଇ ବୈଠକ

ଭୁବନେଶ୍ୱର: ଆଜି ରାଜ୍ୟର ପ୍ରତି ଜିଲ୍ଲାରେ ଆୟୋଜିତ ହେବ ଲକ୍ଷପତି ଦିଦି କର୍ମଶାଳା। ଲକ୍ଷପତି ଦିଦି କାର୍ଯ୍ୟକ୍ରମକୁ ମିଶନ ମୋଡରେ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଉପମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ପ୍ରତ୍ୟେକ ଜିଲ୍ଲାର କମ୍ୟୁନିଟି ସପୋର୍ଟ ଷ୍ଟାଫ୍‌ଙ୍କୁ ନେଇ ହେବ ବୈଠକ।

କେନ୍ଦ୍ର ସରକାରଙ୍କ ସହଭାଗିତାରେ ଓଡିଶା ଜୀବିକା ମିଶନ ମାଧ୍ୟମରେ ରାଜ୍ୟ ସରକାର ଏହି ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏହି କର୍ମଶାଳାରେ ପ୍ରତ୍ୟେକ ଜିଲ୍ଲାର କମ୍ୟୁନିଟି ସପୋର୍ଟ ଷ୍ଟାଫ୍‌, ସମ୍ଭାବ୍ୟ ଲକ୍ଷ୍ୟପତି ଦିଦି ଓ ଲକ୍ଷପତି ଦିଦି ପ୍ରମୁଖ ଉପସ୍ଥିତ ରହିବେ। କମ୍ୟୁନିଟି ସପୋର୍ଟ ମାନେ ତୃଣମୂଳ ସ୍ତରରେ କେଉଁଭଳି ଅଧିକରୁ ଅଧିକ ଲକ୍ଷପତି ଦିଦି ସୃଷ୍ଟି ପାଇଁ ଉପଯୁକ୍ତ ପ୍ରଶିକ୍ଷଣ ଦେବେ ସେ ନେଇ କର୍ମଶାଳାରେ ଆଲୋଚନା କରାଯିବ।

ଏହାଛଡ଼ା ଯେଉଁ ମହିଳାମାନେ ଲକ୍ଷପତି ଦିଦି ହୋଇସାରିଛନ୍ତି ସେମାନେ ଏହି କର୍ମଶାଳରେ ପ୍ରେରଣାଦାୟୀ ଆଲୋଚନାରେ ଭାଗ ନେବା ସହ ଅନ୍ୟମାନଙ୍କୁ ଉତ୍ସାହିତ କରିବେ। ମହିଳାଙ୍କୁ ସଶକ୍ତ କରିବାକୁ ଏଭଳି ଯୋଜନା କରିଛନ୍ତି କେନ୍ଦ୍ର ସରକାର। ଯୋଜନାରେ ମହିଳାଙ୍କୁ ରୋଜଗାରକ୍ଷମ କରିବାକୁ ଉଦ୍ୟମ ହେଉଛି। ସ୍କିଲ ଡେଭଲପମେଣ୍ଟ ଯୋଜନା ମାଧ୍ୟମରେ ଟ୍ରେନିଂ ଦିଆଯାଉଛି। ବ୍ୟବସାୟ ବଢ଼ାଇବା ପାଇଁ ବିନା ସୁଧରେ ୫ ଲକ୍ଷ ଟଙ୍କା ଯାଏ ଋଣ ମଧ୍ୟ ଦିଆଯାଉଛି। ୨୦୨୭ ସୁଦ୍ଧା ଓଡ଼ିଶାରେ ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର।

 

Comments are closed.