ଭୁବନେଶ୍ବର: କିଡନୀ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଅଟେ । ଏହା ଶରୀରରୁ ମଇଳା ବାହାର କରିବା ଏବଂ ରକ୍ତକୁ ସଫା କରିଥାଏ । ଯଦି କିଡନୀରେ କୌଣସି ସମସ୍ୟା ହୁଏ ତେବେ ଏହା ଶରୀରର ଅନ୍ୟ ଅଂଶରେ ଯନ୍ତ୍ରଣା ସୃଷ୍ଟି କରିଥାଏ । ଅର୍ଥାତ୍ ଏହାର ଲକ୍ଷଣ ପ୍ରଥମେ ଶରୀରରେ ଯନ୍ତ୍ରଣା ଭାବରେ ଦେଖାଯାଏ । ଆଜିକାଲି ଅଧିକାଂଶ ଲୋକଙ୍କଠାରେ କିଡନୀ ସମସ୍ୟା ଦେଖାଯାଉଛି । ତେଣୁ ସତର୍କ ରୁହନ୍ତୁ ଏବଂ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।
ଧ୍ୟାନ ରଖନ୍ତୁ ଶରୀର ଏହି ସବୁ ସ୍ଥାନରେ ଯନ୍ତ୍ରଣା ଅନୁଭବ କରୁଥିଲେ ଅବହେଳା କରିବେ ନାହିଁ..
-କିଡନୀ ସମସ୍ୟା ଯୋଗୁଁ ହେଉଥିବା ଯନ୍ତ୍ରଣା ଜଙ୍ଘ ପର୍ଯ୍ୟନ୍ତ ବ୍ୟାପିପାରେ । ଏହି ଯନ୍ତ୍ରଣା ବିଶେଷକରି ଷ୍ଟୋନ କିମ୍ବା ସଂକ୍ରମଣ ଯୋଗୁଁ ହୋଇଥାଏ । ଯଦି କିଡନୀରେ ଷ୍ଟୋନ ଥାଏ, ତେବେ ଯନ୍ତ୍ରଣା ଜଙ୍ଘ ସହ ଶରୀରର ଅନ୍ୟ ସ୍ଥାନରେ ଯନ୍ତ୍ରଣା ହୋଇଥାଏ ।
-ସେହିପରି କିଡନୀରେ ଷ୍ଟୋନ ଥାଏ, ତେବେ ଅଣ୍ଟା ପାର୍ଶ୍ୱରେ ମଧ୍ୟ ଯନ୍ତ୍ରଣା ଅନୁଭବ ହୋଇପାରେ । ଯଦି କିଡନୀରେ କୌଣସି ଗମ୍ଭୀର ସମସ୍ୟା ଥାଏ, ତେବେ ଏହି ଯନ୍ତ୍ରଣା ଶରୀରର ଏକାଧିକ ଅଂଶକୁ ବ୍ୟାପିପାରେ ।
-ଆହୁରି ମଧ୍ୟ କିଡନୀରେ ଷ୍ଟୋନ ଥାଏ, ତେବେ କେବେ କେବେ ଯନ୍ତ୍ରଣା ଅଣ୍ଡକୋଷ ଅଞ୍ଚଳକୁ ବ୍ୟାପିଯାଏ । ବିଶେଷକରି ଯେତେବେଳେ ଷ୍ଟୋନ ମୂତ୍ରନଳୀ ଦେଇଯାଏ , ଏହି ଯନ୍ତ୍ରଣା ଆହୁରି ତୀବ୍ର ହୋଇଥାଏ ।
-କିଡନୀରେ କୌଣସି ସମସ୍ୟା ହୁଏ,ତେବେ ପ୍ରଥମେ ପିଠିର ତଳ ଭାଗରେ ଯନ୍ତ୍ରଣା ଅନୁଭବ ହୁଏ । ସାଧାରଣତଃ ପିଠିର ତଳ ଭାଗରେ , ପଞ୍ଜରା ତଳେ, ଯେଉଁଠାରେ କିଡନୀ ଥାଏ ସେହି ଯାଗାରେ ଯନ୍ତ୍ରଣା ହୁଏ ।
-କିଡନୀରେ କୌଣସି ସମସ୍ୟା ହେଲେ ପେଟରେ ଯନ୍ତ୍ରଣା ମଧ୍ୟ ହୋଇପାରେ ।
ତେଣୁ ଏହି ପାଞ୍ଚଟି ସ୍ଥାନରେ ଯନ୍ତ୍ରଣା ହେଉଥିଲେ କଦାପି ଅଣଦେଖା କରନ୍ତୁ ନାହିଁ । । କିଡନୀ ପାଇଁ କିଛି ପରୀକ୍ଷା ରହିଛି ଯେପରିକି ବ୍ଲଡ ୟୁରିଆ, ୟୁରିନ ରୋଟିନ ଆନାଲିସିସ, ଅଲ୍ଟ୍ରାସାଉଣ୍ଡ KUB ଇତ୍ୟାଦି । ଧ୍ୟାନ ରଖନ୍ତୁ ଜଣେ ସୁସ୍ଥ ମଣିଷ ଦିନକୁ ଅତି କମରେ ୨.୭ ଲିଟର ପାଣି ପିଇବା ଉଚିତ । ଏହା ଆମ ଶରୀରରୁ ପରିସ୍ରା ଆକାରରେ ମଇଳା ବାହାର କରିବାରେ ସାହାଯ୍ୟ କରେ । ଲେମ୍ବୁ, କମଳା ଏବଂ ତରଭୁଜ ଭଳି ଫଳ ରସ ବୃକକ୍ ସ୍ୱାସ୍ଥ୍ୟ ପାଇଁ ଭଲ ।
ଏନଆଇଏଚ୍ ଅନୁସାରେ, ନିୟମିତ ବ୍ୟାୟାମ କରିବା ଫଳରେ ବୃକକ୍ ରୋଗ (Chronic Kidney Diseases)କୁ ରୋକିବାରେ ସାହାଯ୍ୟ କରିପାରିବ ।
Comments are closed.