Latest Odisha News

BREAKING NEWS

ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ: ଖସିଲା ପଥର, ୧୦ ଲୋକ ଚାପି ହୋଇଥିବା ଆଶଙ୍କା

ଡେରାଡୁନ: ଗତକାଲି ବିଳମ୍ବିତ ରାତିରୁ ଉତ୍ତରାଖଣ୍ଡ ରୁଦ୍ରପ୍ରୟାଗର ଗୌରୀକୁଣ୍ଡରେ ପ୍ରବଳ ବର୍ଷା ହେଉଛି। ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନରେ ଦୁଇଟି ଦୋକାନ କ୍ଷତିଗ୍ରସ୍ତ ହୋଇଛି। ଫଳରେ ୧୦ରୁ ଅଧିକ ଲୋକ ନିଖୋଜ ଥିବା କୁହାଯାଉଛି। ସୂଚନା ଅନୁଯାୟୀ, ଗୌରୀକୁଣ୍ଡରେ ପାହାଡରୁ ବଡ଼ ପଥର ଖସିପଡିଛି। ଏଥିରେ ୮ ରୁ ୧୦ ଜଣ ଲୋକ ଚାପି ହୋଇଯାଇଥିବା ଆଶଙ୍କା କରାଯାଉଛି।

ତେବେ ପରିସ୍ଥିତି ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛି। ବଡ଼ ପଥର ଯୋଗୁଁ ଉଦ୍ଧାର କାର୍ଯ୍ୟରେ ସମସ୍ୟା ଦେଖାଦେଇଛି। ଜିଲ୍ଲା ପ୍ରଶାସନ ଦଳ ସହିତ ବିପର୍ଯ୍ୟୟ ପରିଚାଳନା ଦଳ, ଏସଡିଆରଏଫ୍ ଏବଂ ଡିଜିଆରଏଫ୍ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ପ୍ରବଳ ବର୍ଷା ହେତୁ ବିଳମ୍ବିତ ରାତି ପ୍ରାୟ ୧୨ ଟାରେ ଡାକଘର ସମ୍ମୁଖରେ ଭୂସ୍ଖଳନ ଘଟିଛି। କିଛି ଲୋକ କ୍ଷତିଗ୍ରସ୍ତ ଦୋକାନରେ ଫସି ରହିଥିବାର ଆଶଙ୍କା କରାଯାଉଛି।

ଅନ୍ୟପଟେ ପ୍ରବଳ ବର୍ଷା ଯୋଗୁଁ ମନ୍ଦାକିନୀ ନଦୀର ଜଳସ୍ତର ବଢିଯାଇଛି। ଫଳରେ ଚାରିଆଡେ ଜଳମଗ୍ନ ହୋଇଛି। ଉତ୍ତରାଖଣ୍ଡରେ ଜାରି ରହିଛି ପ୍ରବଳ ବର୍ଷା। ଡେରାଡୁନ, ହରିଦ୍ୱାର, ପୌରୀ, ନୈନିତାଲ, ଚମ୍ପାୱତ, ଉଦମ ସିଂ ନାଗର, ଚାମୋଲି ଏବଂ ବାଗେଶ୍ୱର ଜିଲାରେ ପ୍ରବଳ ବର୍ଷା ହେଉଛି। ବର୍ଷା ଯୋଗୁ ଏଭଳି ଘଟଣା ଘଟିଥିବା କୁହାଯାଉଛି।

Leave A Reply

Your email address will not be published.