Latest Odisha News

BREAKING NEWS

ଆଜି ସରୁଛି ପ୍ରଚାର: ଦୁଲୁକୁଛି ବାଲେଶ୍ୱର ଓ ତିର୍ତ୍ତୋଲ ବ୍ୟାଟଲ୍ ଗ୍ରାଉଣ୍ଡ

ଭୁବନେଶ୍ୱର: ହାତରେ ରହିଲା ଆଉ ମାତ୍ର କେଇ ଘଣ୍ଟାର ସମୟ । ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଆଜି ସରିବ ପ୍ରଚାର । ଭୋଟରଙ୍କୁ ମନାଇବା ପାଇଁ ପ୍ରାର୍ଥୀଙ୍କ ପାଖରେ ଶେଷ ସୁଯୋଗ ରହିଛି । ନିଜ ସପକ୍ଷରେ ଜନମତ ସୃଷ୍ଟି କରିବାକୁ ଲାଗି ପଡ଼ିଛନ୍ତି ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ।

ଶେଷ ପର୍ଯ୍ୟାୟ ପ୍ରଚାର ଲଢ଼େଇରେ ଦୁଲୁକୁଛି ଉପନିର୍ବାଚନ ମୈଦାନ । ଦମ୍ ଲଗାଇ ଦେଇଛନ୍ତି ସମସ୍ତେ । ନେତା, ପ୍ରାର୍ଥୀ ଓ କର୍ମୀ କାହାରିକୁ ଫୁରସତ ନାହିଁ । ହେଭିଓ୍ୱେଟ କ୍ୟାମ୍ପେନିଂରେ କମ୍ପୁଛି ତିର୍ତ୍ତୋଲ ଓ ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀ । ବାଇକ୍ ରାଲି, ପଦଯାତ୍ରା ଓ କର୍ମୀ ସମ୍ମିଳନୀ କରି ଭୋଟ୍ ମାଗୁଛନ୍ତି ବିଭିନ୍ନ ଦଳ ଛାମୁଆ ନେତା ।

ବାଲେଶ୍ୱର ସଦର ଆସନରେ ବିଜେଡିର ସ୍ୱରୂପ ଦାସ, ବିଜେପିରୁ ମାନସ ଦତ୍ତ ଓ କଂଗ୍ରେସ ପ୍ରାର୍ଥିନୀ ମମତା କୁଣ୍ଡୁଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହେଉଛି । ସେହିପରି ତିର୍ତ୍ତୋଲରେ ତ୍ରିମୁଖୀ ଲଢେଇକୁ ଓହ୍ଲାଇଛନ୍ତି ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ, ବିଜେପିର ରାଜକିଶୋର ବେହେରା ଓ କଂଗ୍ରେସ ପ୍ରାର୍ଥୀ ହିମାଂଶୁ ମଲ୍ଲିକ ।

ଆଜି ପ୍ରଚାର ସରୁଥିବା ବେଳେ ଦିନେ ପରେ ମତଦାନ । ୩ ତାରିଖରେ ପଡ଼ିବ ଭୋଟ୍ । ୧୦ ତାରିଖରେ ଗଣତି ପରେ ପ୍ରକାଶ ପାଇବ ଫଳାଫଳ । ଉପନିର୍ବାଚନ ପାଇଁ ତିର୍ତ୍ତୋଲ ଓ ବାଲେଶ୍ୱର ସଦର ଆସନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

Leave A Reply

Your email address will not be published.