Latest Odisha News

ଆସ ବୁଲିଯିବା ଶିମିଳିପାଳ: ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଅଭୟାରଣ୍ୟ

ମୟୂରଭଞ୍ଜ: ସାତ ମାସ ପରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ । କୋଭିଡ ଯୋଗୁ ବନ୍ଦ ରହିଥିଲା ଅଭୟାରଣ୍ୟ । ଏବେ ଖୋଲିଥିବାରୁ ପର୍ଯ୍ୟଟକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ତେବେ କୋଭିଡ୍ କଟକଣା ଭିତରେ ପର୍ଯ୍ୟଟକ ଶିମିଳିପାଳର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରି ପାରିବେ ।

ଶିମିଳିପାଳ ବୁଲିବା ପାଇଁ ଆସୁଥିବା ପର୍ଯ୍ୟଟକ ଅଭୟାରଣ୍ୟ ଭିତରେ କଡ଼ାକଡ଼ି ପାଳନ କରିବେ କୋଭିଡ୍ ନିୟମ । ଉଭୟ କର୍ମଚାରୀ ଓ ପର୍ଯ୍ୟଟକଙ୍କୁ ଗାଇଡଲାଇନ୍ ମାନିବାକୁ ହେବ ।

ଅଭୟାରଣ୍ୟକୁ କେଵଳ ପରିଭ୍ରମଣ କରି ଫେରିବାକୁ ଚାହୁଁଥିବା ପର୍ଯ୍ୟଟକମାନେ ଉଭୟ ଲୁଲୁଙ୍ଗ ଏବଂ ଯଶୀପୁର ଦେଇ ଆସିପାରିବେ । ପର୍ଯ୍ୟଟକଙ୍କ ଗାଡ଼ିରେ ଜଣେ ଗାଇଡଙ୍କୁ ଦିଆଯିବ ।

ରାତ୍ରୀ ଯାପନ କରିବାକୁ ଚାହୁଁଥିବା ପର୍ଯ୍ୟଟକ ୱେବସାଇଟ www.ecotourodisha.com ରେ ଟିକେଟ ବୁକିଂ କରିପାରିବେ । ଏଥିପାଇଁ କୁମାରୀ, ରାମତୀର୍ଥ, ଗୁଡୁଗୁଡିଆ, ଜାମୁଆଣି ଓ ବରେହିପାଣିଠାରେ ଥିବା କଟେଜରେ ରାତ୍ରି ରହଣି ସୁବିଧା କରାଯାଇଛି ।

Leave A Reply

Your email address will not be published.