Latest Odisha News

BREAKING NEWS

୨୦୨୪ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେ ଜୋ ବାଇଡେନ୍ ଓ କମଲା ହ୍ୟାରିସ୍

ୱାଶିଂଟନ୍: ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେ ଜୋ ବାଇଡେନ୍ । ୨୦୨୪ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବା ନେଇ ଘୋଷଣା କରିଛନ୍ତି ଜୋ ବାଇଡେନ୍ । ଏନେଇ ସେ ଏକ ୩ ମିନିଟର କ୍ୟାମ୍ପେନ୍ ଭିଡିଓ ଜାରି କରିଛନ୍ତି । କ୍ୟାମ୍ପେନ ଭିଡିଓରେ ଆମେରିକୀୟ ଗଣତନ୍ତ୍ରକୁ ସୁରକ୍ଷା ଦେବା କଥା କୁହାଯାଇଛି । ଭିଡିଓଟି ୨୦୨୧ ଜୁନ୍ ୬ରେ ୟୁଏସ୍ କ୍ୟାପିଟଲ୍ ଉପରେ ଆକ୍ରମଣରୁ ଆରମ୍ଭ ହୋଇଛି ।

ବାଇଡେନ୍ ପୁଣି ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିବା ସହ କହିଛନ୍ତି ଗଣତନ୍ତ୍ର ଲାଗି ସମସ୍ତ ପିଢ଼ି ଛିଡ଼ା ହେବା ଦରକାର । ମୁଁ ୪ ବର୍ଷ ରାଷ୍ଟ୍ରପତି ରହିବା କାଳରେ ଦେଖିଛି ଆମେ ଆମେରିକାର ଆତ୍ମା ଲାଗି ଲଢ଼ୁଛୁ । ଏବେ ସମୟ ଆତ୍ମସନ୍ତୋଷର ନୁହେଁ, ମୁଁ ପୁଣି ନିର୍ବାଚନ ଲଢ଼ିବି ବୋଲି କହିଛନ୍ତି ଜୋ ବାଇଡେନ୍ ।

କ୍ୟାମ୍ପେନ୍ ଭିଡିଓର ଶେଷ ଭାଗରେ ଲେଖା ଯାଇଛି ‘ଆସନ୍ତୁ କାମକୁ ସମ୍ପନ୍ନ କରିବା, ମୁଁ ଜାଣେ ଆମେ ପାରିବା’ । ଆମେରିକାର ୪୬ତମ ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି, ଗର୍ଭପାତ ଅଧିକାର, ଗଣତନ୍ତ୍ରର ରକ୍ଷା, ମତଦାନ ଅଧିକାର ଓ ସାମାଜିକ ସୁରକ୍ଷା ୨୦୨୪ ନିର୍ବାଚନର ମୁଖ୍ୟ ପ୍ରସଙ୍ଗ ହେବ ।

Let's Finish This Job Biden Makes 2024 Presidential Run Official

ମତଦାତାଙ୍କ ପାଖରେ ବିକଳ୍ପ ରହିବ କି ସେମାନେ ଅଧିକ ଅଥବା କମ୍ ସ୍ୱତନ୍ତ୍ରତା ଓ ଅଧିକ ଓ କମ୍ ଅଧିକାର ଦେବାକୁ ଚାହୁଁଛନ୍ତି । ୨୦୨୪ ନିର୍ବାଚନ ପାଇଁ ଜୋ ବାଇଡେନଙ୍କ କ୍ୟାମ୍ପେନ୍ ମ୍ୟାନେଜର ରହିବେ ହ୍ୱାଇଟ୍ ହାଉସର ବରିଷ୍ଠ ପରାମର୍ଶଦାତା ଜୁଲି ଚାୱେଜ୍ ।

ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହୋଇଥିବା କମଲା ହ୍ୟାରିସ୍ ମଧ୍ୟ ୨୦୨୪ରେ ଉପରାଷ୍ଟ୍ରପତି ନିର୍ବାଚନ ଲଢ଼ିବେ ।

Leave A Reply

Your email address will not be published.