Latest Odisha News

BREAKING NEWS

ଭାଷା ଭାଗବତ : ସମସ୍ୟା ହେବ ଅଂତର୍ଧାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୪୫ 

ଆଳସ୍ୟ, ଭୋଜନ, ଭଜନ
ବଢ଼ାଏ ଦେହର ଓଜନ
ସ୍ବାଧୀନ ଚିଂତାର ମରଣ
ନିମଂତେ ଦାୟୀ ଜନ ମନ

ରହିଛି ଏ ସବୁ କାରଣ
କରିପାରୁନୁ ନିବାରଣ
ଦୁର୍ଦଶା ସହିତ ଜୀବନ
ସ୍ବଭାଷୀ କରଂତି ଯାପନ

ଦୂରରେ ଥାଇ ଭଗବାନ
ଦେଇ ପାରୁନାହାଂତି ଧ୍ୟାନ
ବୁଝୁନି ଲୋକଂକର ମନ
କରିବେ ନିଜ କର୍ମମାନ

ଲୋକଂକ ଏପରି ଅଭ୍ୟାସ
ଯୋଗୁଁ ନ ଘଟୁ ସତ୍ତାନାଶ
ଏବେ ତ ଏତିକି କାମନା
କରି ନ ହେଉଁ ଦୁଃଖମନା

ସ୍ବଭାଷା ନୁହେ କେବେ ସ୍ଥିର
ବଦଳୁଅଛି ବାରଂବାର
ପରିବର୍ତିତ ଏହି ଚିତ୍ର
ବୁଝଂତୁ ଶିକ୍ଷକ ଓ ଛାତ୍ର

ଚଳିତକାଳ ଉପଯୋଗୀ
ନ ହେଲେ, ଲୋକେ ଭାଷାତ୍ୟାଗୀ
ହେବା ତ ଅତି ସ୍ବାଭାବିକ
ମିଳୁ ସୁଖ ଅଥବା ଦୁଃଖ

ପିଲାଂକ ସ୍ମୃତିଗତ ଶବ୍ଦ
ଲେଖି ଶିଖିବା ତୃପ୍ତିପ୍ରଦ
ଏଥିରେ ଅଯଥା ବିବାଦ
ହୋଇ ନ ପାରେ ନିରାପଦ

ପରିବର୍ତନ ପ୍ରତି ଭୀତି
ଯୋଗୁଁ ବିଭ୍ରାଂତ ହୁଏ ମତି
ଏଥିରୁ ପାଇବାକୁ ମୁକ୍ତି
ନାହିଁ କି ସ୍ବଭାଷୀଂକ ଶକ୍ତି ?

ନିକକୁ ପଚାରି ଏ ପ୍ରଶ୍ନ
କରିଲେ ଉତ୍ତର ସଂଧାନ
ମିଳିବ ସବୁ ସମାଧାନ
ସମସ୍ୟା ହେବ ଅଂତର୍ଧାନ

 

Leave A Reply

Your email address will not be published.