ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଧନ ମିଳିଲେ ସଂଚି ରଖେ
ଜ୍ଞାନ ମିଳିଲେ ବଂଚି ଶିଖେ
ମନକୁ କଲେ ଦ୍ବିଧା-ଘର
ନ ହୁଏ ଲିଖନ ତତ୍ପର
କେବଳ ଭାବି, ଭାବି, ଭାବି
ସମୟ ସାରୁଥିଲେ କବି
ଦିଶେନି କେବେ ସ୍ପଷ୍ଟ ଛବି
ଭାବନା ଆପେ ଯାଏ ଦ୍ରବି
ସବୁ ଥାଇ ବି ସେ ଅଭାବୀ
ନ ହୁଏ ଭାଷା ଅନୁଭବୀ
କରିଲେ ଅତ୍ୟଧିକ ଚିଂତା
ବାହାରି ପାରେନି କବିତା
କବିତା ହେଲେ ସ୍ବତଃସ୍ଫୂର୍ତ
ନିଶ୍ଚୟ ହୁଏ ସମାଦୃତ
ଏହି ସବୁକୁ ଦେଇ ଧ୍ୟାନ
କରିବା ନିଶ୍ଚିଂତ ଲିଖନ
ବାଟର ଧୂଳି ଫୁଂକି ଫୁଂକି
ଆଗକୁ ଯାଇ ପାରିବା କି ?