Latest Odisha News

ଭାଷା ଭାଗବତ : ଗଦ୍ୟ, ପଦ୍ୟ ଭେଦ 

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୯ 

ଭାଷାରେ ଗଦ୍ୟ, ପଦ୍ୟ ଭେଦ
କରିଲେ କିପରି ପ୍ରମାଦ
ସ୍ବଭାବେ ଘଟି ଯାଇପାରେ
ଲକ୍ଷ୍ୟ କରିବା ଏବେ ଥରେ

୧. ମାଠିଆ ଗୋଟିଏ ଷାଠିଏ ଟଂକା
ଗାଆଁର ହାଟରେ ହେଉଛି ବିକା

୨. ଗୋଟିଏ ମାଠିଆ ଷାଠିଏ ଟଂକା
ହେଉଛି ଗାଆଁର ହାଟରେ ବିକା

୩. ବିକା ହେଉଛି ଗାଆଁର ହାଟେ
ଷାଠିଏ ଟଂକାରେ ମାଠିଆ ଗୋଟେ

୪. ଗାଆଁର ହାଟରେ ଷାଠିଏ ଟଂକାରେ
ଗୋଟିଏ ମାଠିଆ ବିକା ହେଉଛି

ଶବ୍ଦର କ୍ରମ ବଦଳାଇ
ଗଦ୍ୟକୁ ପଦ୍ୟ କରିଦେଇ
ପଦ୍ୟକୁ ଗଦ୍ୟ ରୂପ ଦେଇ
ଏ ଭାଷା ସୁଂଦର ଚଳଇ

ଗଦ୍ୟ ଅଥବା ହେଉ ପଦ୍ୟ
ଉଭୟ ଏଠି ଅନବଦ୍ୟ
ରଖଂତି ଭାଷାକୁ ସଂଭାଳି
ଏହାକୁ ଧରି କିଆଁ କଳି?

ଯାହାର ହୁଏ ଯାହା ମନ
କରେ ସେ ସେପରି ଲିଖନ
ସେ କରେ ସେମିତି ଲିଖନ
ସେଭଳି କରେ ସେ ଲିଖନ
ସିମିତି ସେ କରେ ଲିଖନ
ଅର୍ଥ ନ ହୁଏ ଭିନ୍ନ ଭିନ୍ନ
ସର୍ବଦା ରହଇ ସମାନ

ଭାଷାର ଏ ଅନନ୍ୟ ଗୁଣ
ବୁଝଂତୁ ଏବେ ବଂଧୁଗଣ

ପ୍ରଫୁଲ୍ଲ କୁମାର ତ୍ରିପାଠୀ

Comments are closed.