Latest Odisha News

BREAKING NEWS

ଧ୍ୱନ୍ୟାତ୍ୱକ ଯୁଗ୍ମଶବ୍ଦ

ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ

କଇଁକଇଁ ଧଡ଼ଧଡ଼
ଖଡ଼ଖାଡ଼ ସାଇଁସାଇଁ
ଖସ୍‌ଖାସ୍ ସିରିସିରି
ମଡ଼୍‌ମଡ଼୍ ଢାଉଁଢାଁଉଁ
ଫଟ୍‌ଫଟ୍ ଡିବିଡିବି
ଠକ୍‌ଠକ୍ ଛୁକ୍‌ଛୁକ୍‌
ଠନ୍‌ଠନ୍ ଝାଇଁଝାଇଁ
ଗଁ ଗଁ ଠୁକୁଠୁକୁ
ସୁସୁ ଧୂମ୍‌ଧାମ୍‌

ସମୋଚ୍ଚାରିତ ଶବ୍ଦ

ଅଂସ – କାନ୍ଧ ଚୁଡ଼ା – ଖାଦ୍ୟବିଶେଷ
ଅଂଶ – ଭାଗ ଚୂଡ଼ା – ଶୀର୍ଷ, ଅଗ୍ରଭାଗ
କୁଳ – ବଂଶ ଜମକ – ଆଡ଼ମ୍ବର
କୂଳ – ତଟ ଯମକ – ଅଳଙ୍କାର
ଦିନ – ଦିବସ ଜାତ – ଜନ୍ମ
ଦୀନ – ଦରିଦ୍ର ଯାତ – ଯାତ୍ରା
ବିଷ – ଗରଳ ପୁତ – ପୁଅ
ବିସ – ପଦ୍ମନାଡ଼ ପୂତ – ପବିତ୍ର

ବଳୀ – ବଳବାନ ବେଳା – ସମୁଦ୍ରକୂଳ
ବଳି – ପୂଜାସାମଗ୍ରୀ ବେଳା – ସମୟ
ନିତି – ସବୁଦିନ ସମ – ସମାନ
ନୀତି – ବିଧି, ନିୟମ ଶମ – ଶାନ୍ତି
ଶର – ତୀର ସାପ – ସର୍ପ, ସରୀସୃପ
ସର – କ୍ଷୀରସର ଶାପ – ଅଭିଶାପ
ସୁର – ଦେବତା ସ୍କନ୍ଦ – କାର୍ତ୍ତିକେୟ
ଶୂର – ବୀର ସ୍କନ୍ଧ – କାନ୍ଧ
ସକଳ – ସମସ୍ତ ସୂଚି – ଛୁଞ୍ôଚ
ଶକଳ – ଖଣ୍ଡ ଶୁଚି – ପବିତ୍ର
ସଂକର – ମିଶ୍ରିତ ଅସି – ଖଣ୍ଡା
ଶଙ୍କର – ଶିବ ଅଶୀ – ସଂଖ୍ୟାବିଶେଷ
ଆଭାଷ – ଭାଷଣ ଆଭାସ – ଇଙ୍ଗିତ

ଭିନ୍ନାର୍ଥବୋଧକ ଶବ୍ଦ

ଓଡ଼ିଆ ଭାଷାରେ ଏମିତି ଗୋଟିଏ ଗୋଟିଏ ଶବ୍ଦର ବ୍ୟବହାର ରହିଛି ଯାହାର କି ଭିନ୍ନ ଭିନ୍ନ ଅର୍ଥ ବା ଅନେକ ଅର୍ଥ ଅଛି । ଏହିସବୁ ଶବ୍ଦକୁ ଭିନ୍ନାର୍ଥବୋଧକ ବା ଅନେକାର୍ଥବୋଧକ ଶବ୍ଦ କୁହାଯାଇଥାଏ ।

ଅଙ୍କ- ସଂଖ୍ୟା, ଗଣିତ, କୋଳ,କଳଙ୍କ, ନାଟକର ଅଂଶ ।
ଗୁରୁ- ଶିକ୍ଷକ, ଶ୍ରେଷ୍ଠ, ଓଜନିଆ. ବୃହସ୍ପତି, ପିତା ।
ମଧୁ- ମହୁ, ମଧୁର, ଫୁଲରସ, ମଦ, ବସନ୍ତ ।
ଅଜା- ମା’ ବା ବୋଉଙ୍କ ବାପା, ମାଈଛେଳି ।
ଅର୍ଥ- ଧନ, ଉଦ୍ଦେଶ୍ୟ, ମୁଦ୍ରା, ପ୍ରୟୋଜନ, ତାତ୍ପର୍ଯ୍ୟ ।
କଟକ- ନଗର, ଶିବିର, ଦୁର୍ଗ, ବଳୟ, ରାଜଧାନୀ ।
ଘନ- ବହଳ, ଜମାଟ, ନିବିଡ଼, ମେଘ ।
ଛନ୍ଦ- ଛଳନା(କପଟ), ପଦ୍ୟର ରାଗ, ଗାଈଗୋରୁଙ୍କ ଗୋଡ଼ରେ ବନ୍ଧା ଦଉଡ଼ି ।

ଭୂତ- ଅତୀତ, ପରିଣତ, ପ୍ରେତ, ପ୍ରାଣୀ, ପଞ୍ଚମହାଭୂତ ।
ବର- ସ୍ୱାମୀ, ବୃକ୍ଷବିଶେଷ, ଶ୍ରେଷ୍ଠ, ଉତ୍କୃଷ୍ଟ, ଆଶୀର୍ବାଦ ।
ଯୋଗ- ମିଶାଣ, ମିଳନ, ସମ୍ପର୍କ, ଶୁଭକାଳ, ଧ୍ୟାନ ବା ତପସ୍ୟା ।
ଶ୍ରୀ- ସୌନ୍ଦର୍ଯ୍ୟ, ସୌଭାଗ୍ୟ, ସରସ୍ୱତୀ, ଲକ୍ଷ୍ମୀ, ଐଶ୍ୱର୍ଯ୍ୟ ।
ହରି- ବି୩⁄୪ୁ, ଚନ୍ଦ୍ର, ସିଂହ, ମୟୂର, ସୂର୍ଯ୍ୟ ।
ଦଣ୍ଡ- ଶାସ୍ତି, ଜୋରିମାନା, ବ୍ୟାୟାମ ବିଶେଷ, ଯଷ୍ଟି, ମୁହୂର୍ତ୍ତ ।
କାଳ- ସମୟ, ଯମ, ମୃତ୍ୟୁ, କ୍ରିୟାର ସମୟଜ୍ଞାପକ ବିଭାଗ ।

ଭାଷା ପରିବର୍ତ୍ତନଶୀଳ । ଆମ ଭାଷାରେ ବ୍ୟବହାର ହେଉଥିବା ଶବ୍ଦ ଓ ଶବ୍ଦାର୍ଥର ପ୍ରୟୋଗରୀତି ସମୟାନୁସାରେ ସର୍ବଦା ପରିର୍ବନଶୀଳ । ଭାଷାରେ ଅର୍ଥ ପରିବର୍ତ୍ତନ ବି ଏ ସ୍ୱାଭାବିକ ପ୍ରକ୍ରିୟା । ଭାଷାର ଅର୍ଥ ବିଶ୍ଲେଷଣ ମାଧ୍ୟମରେ ଭାଷାରେ ବ୍ୟବହାର ହେଉଥିବା ଶବ୍ଦଗୁଡ଼ିକର ସଙ୍କୋଚନ, ସମ୍ପ୍ରସାରଣ, ଲୋପ ଓ ଆଗମ ଆଦି ପଦ୍ଧତି ଅନୁସାେରେ ଶବ୍ଦ ପ୍ରୟୋଗରେ ଅର୍ଥ ପରିର୍ବନ ବିଷୟରେ ଆଲୋଚନା ହୋଇଥାଏ ।

ଶବ୍ଦର ଅନ୍ତର୍ନିହିତ ରୂପ ତାହାର ଅର୍ଥ । ଶବ୍ଦର ଅର୍ଥ ତାହାର ପ୍ରୟୋଗରୁ ହିଁ ପ୍ରକାଶ ପାଇଥାଏ । ଶବ୍ଦ ସାଧାରଣତଃ ଏକ ବ୍ୟାକରଣିକ ଉପାଦାନ । ଆମ ଓଡ଼ିଆ ଭାଷାରେ ବ୍ୟବହାର ହେଉଥିବା ଶବ୍ଦର ଗଠନ ପଦ୍ଧତିକୁ ରୂପତାତ୍ତ୍ୱିକ ଆଧାରରେ ବର୍ଣ୍ଣନା ଓ ବିଶ୍ଲେଷଣ କରାଯାଇଛି ଯଥା: ମୁକ୍ତରୂପ ଓ ବଦ୍ଧରୂପ। ଅର୍ଥପୂର୍ଣ୍ଣ ମୁକ୍ତରୂପ ହେଉଛି ଶବ୍ଦ । ମୁକ୍ତରୂପ ସହ ପ୍ରତ୍ୟୟ ଯୋଗ କରାଯାଇ ନୂଆ ଶବ୍ଦ ଗଠନ କରାଗଲେ ତାହା ବଦ୍ଧରୂପ । ଶବ୍ଦଗଠନ ଅନୁସାରେ ଓଡ଼ିଆ ଶବ୍ଦଗୁଡ଼ିକ ତିନିପ୍ରକାରର । ଯେମିତିକି (କ) ସରଳଶବ୍ଦ (ଘର,
ବାଡ଼ି, ଗଛ), (ଖ) ଜଟିଳ ଶବ୍ଦ(ଘରୁଆ, ବାଡ଼ିରେ, ଗଛରୁ), (ଗ) ଯୌଗିକ ଶବ୍ଦ- ବ୍ୟାକରଣ ବହି, ଜୀବନ ସାଥୀ, ବର୍ଷାଦିନିଆ ଛତୁ । ଓଡ଼ିଆରେ ବ୍ୟବହାର ହେଉଥିବା ଶବ୍ଦ ଶ୍ରେଣୀ ବାକ୍ୟତାତ୍ତ୍ୱିକ(ଝଚ୍ଚଦ୍ଭଗ୍ଧବମଗ୍ଧସମ) ଆଧାରରେ ତିନିପ୍ରକାର । ଯଥା- କ) ବିଶେଷ୍ୟ, ସର୍ବନାମ, ବିଶେଷଣ, ଖ) କ୍ରିୟା, ଗ) କ୍ରିୟାବିଶେଷଣ ଓ ଅବ୍ୟୟ । ପାରମ୍ପରିକ ବ୍ୟାକରଣିକ ବିଚାରରେ ଓଡ଼ିଆ ଶବ୍ଦଗୁଡ଼ିକ ତତ୍‌ସମ, ତଦ୍‌ଭବ, ଦେଶଜ, ବୈଦେଶିକ ବା ଯାବନିକ କ୍ରମରେ ଚାରିଭାଗରେ ବିଭକ୍ତ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଷଷ୍ଠଖଣ୍ଡ,

“ଶବ୍ଦ ହେଉଛି ବିଭକ୍ତି ରହିତନାମ, ଅର୍ଥବୋଧକ ଧ୍ୱନି, ଶବ୍ଦ ବାକ୍ୟରେ ଅଙ୍ଗବାକ୍ୟ, ଶବ୍ଦର ଶରୀର ଏବଂ ଧାତୁଆଦି ସଙ୍ଗେ ଉପସର୍ଗ, ଉପପଦ ବା ପ୍ରତ୍ୟୟାଦି ଯୁକ୍ତ କରାଯାଇ ଶବ୍ଦ ଉତ୍ପନ୍ନ କରାଯାଏ ଓ ଉକ୍ତ ମୌଳିକ
ଶବ୍ଦ ଭିନ୍ନ ଭିନ୍ନ ବିଭକ୍ତି, ଲିଙ୍ଗ, ବଚନ ଓ କାରକରେ ଭିନ୍ନ ଭିନ୍ନ ରୂପ ଧାରଣ କରେ ଏବଂ ମୂଳ ଶବ୍ଦରେ ବିଭକ୍ତିଯୁକ୍ତ ହେଲେ ତାହା ପଦ ହୁଏ । ଶବ୍ଦ ପ୍ରୟୋଗରେ ଶବ୍ଦର ଭିନ୍ନ ଭିନ୍ନ ଅର୍ଥକୁ ଆଧାର କରି ଶବ୍ଦ ବିଭାଗଗୁଡ଼ିକ ହେଉଛି-୧) ସମୋଚ୍ଚାରିତ ଭିନ୍ନାର୍ଥକ ଶବ୍ଦ, ୨) ଅନେକାର୍ଥକ ଶବ୍ଦ, ୩) ବିପରୀତାର୍ଥବୋଧକ ଶବ୍ଦ, ୪) ଏକାର୍ଥବୋଧକ ଶବ୍ଦ ବା ପ୍ରତିଶବ୍ଦ , ୫) ବିଭିନ୍ନ ଅର୍ଥରେ କ୍ରିୟା ଶବ୍ଦର ପ୍ରୟୋଗ , ୬) ଯୌଗିକ କ୍ରିୟା , ୭) କ୍ରିୟାଯୁକ୍ତ ରୁଢ଼ି ଶବ୍ଦ, ୮)ଯୁଗ୍ମ ଶବ୍ଦ, ୯) କ୍ରିୟାବିଶେଷ ଶବ୍ଦ ଓ ୧୦) ସଂଖ୍ୟାବାଚକ ଶବ୍ଦ ଇତ୍ୟାଦି । ଆମ ଭାଷାରେ ପ୍ରଚଳିତ କେତେକ ବିଶିଷ୍ଟାର୍ଥକ ଶବ୍ଦାବଳୀ, ଯେଉଁ ଗୁଡ଼ିକର ଗଠନ ବୈଶିଷ୍ଟ୍ୟ ସହ ପ୍ରୟୋଗ ବୈଚିତ୍ର୍ୟ ମଧ୍ୟ ଅଛି ସେଗୁଡ଼ିକୁ ଆମେ ରୁଢ଼ି କହୁ । ଏହାକୁ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ, ଷଷ୍ଠଖଣ୍ଡ, ପୃ- ୭୧୬୭ ରେ କୁହାଯାଇଛି “ଶବ୍ଦର ଅର୍ଥବୋଧକ ଶକ୍ତିବିଶେଷ ଏବଂ ପ୍ରକୃତି ପ୍ରତ୍ୟୟଗତ ଅର୍ଥ ଛଡ଼ା ଅନ୍ୟ ।”

Leave A Reply

Your email address will not be published.