Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୬୩)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’

ହଁ ଅପା ଆଉ ଗୋଟେ କଥା ଯାହା ତୁମ ମୋ ଭିତରର କଥା କହୁଚି ଶୁଣ ,ସାଗର ଛଦ୍ମ ( ସମୀର)ନାଁ ରେ ସମ୍ଭବଙ୍କର କ୍ଳାଇଣ୍ଟ ଭାବରେ ଫୋନ କରିଥିଲା ଯେଉଁ ନମ୍ବର କି ସମ୍ଭବଙ୍କର କିନ୍ତୁ ମାୟା ବ୍ୟବହାର କରୁଥିଲା । ମୁଁ ଜାଣିକି ସାଗରକୁ ସେଇ ନମ୍ବରଟା ଦେଇଥିଲି । ସମୀର ଜଣେ ଅଚଳାଚଳ ସମ୍ପତ୍ତିର ମାଲିକ ଆଉ କିଛି ଲୋକ ତାଙ୍କ ସମ୍ପତ୍ତି ହଡ଼ପ କରିବା ପାଇଁ ଲାଗିଛନ୍ତି । ସେଥିପାଇଁ ସେ ସମ୍ଭବଙ୍କୁ କ୍ଳାଇଣ୍ଟ ଭାବରେ ଦେଖା କରିବାକୁ ଚାହିଁଛନ୍ତି । ସେହିପରି ଭାବରେ ସାଗର ମାୟା କଥାବାର୍ତ୍ତା କରିଥିଲା ।

ବାସ୍ କଥାଟା ଏଇଠୁ ଗୋଟେ ରୋଚକ ମୋଡ଼ଟେ ନେଇଚି ! ମାୟା ୟା ଭିତରେ ତିନି ଚାରି ଥର ସାଗର ଓରଫ୍ ସମୀରକୁ ଫୋନ କରି ସାରିଲାଣି ,ସାଗର(ସମୀର)କୁ ତା ପ୍ରେମ ଜାଲରେ ଫସେଇବା ପାଇଁ ! ଇଣ୍ଟରେଷ୍ଟିଂର କଥା ହେଲା ସମ୍ଭବ ଏବେ ଯେତେବେଳେ ମାୟା ପାଖକୁ ଯାଉଛନ୍ତି କି କଥାବାର୍ତ୍ତା ହେବାପାଇଁ ଚାହୁଁଛନ୍ତି ସେତେବେଳେ ମାୟା ସମ୍ଭବଙ୍କୁ ବାରମ୍ବାର ଆଭୋଏଡ଼ କରି ଚାଲିଛି । ଏପରିକି ଦୁହିଁଙ୍କ ଭିତରେ ସବୁବେଳେ ଏବେ ବଚସା, କଥା କଟାକଟି ,ମନାନ୍ତର, ମତାନ୍ତର ଚାଲିଛି !ସମ୍ଭବ ବିଚରା ଏବେ ମୋ ଆଡ଼କୁ ଢଳିବାରେ ଲାଗିଛନ୍ତି । ମୁଁ କିନ୍ତୁ ମୋ ନିଷ୍ପତ୍ତିରେ ଅଟଳ ରହିଛି ଅପା । ଭୁଲି ପାରୁନି ପର ସ୍ତ୍ରୀ ପାଇଁ ସେ ମୋତେ ଦେଇଥିବା ଲାଂଚ୍ଛନା ,ନିନ୍ଦା, ଅପମାନ ଆଉ ଯନ୍ତ୍ରଣାକୁ । ”

କଥା ନସରୁଣୁ ସମ୍ଭବ ଆସ୍ଥା …ଆସ୍ଥା ଡ଼ାକି ପଶିଆସିଲେ ଘର ଭିତରକୁ । ଆସ୍ଥା ଆସ୍ତେ କରି ମୋବାଇଲଟାକୁ ଟେବୁଲ ଉପରେ ଥୋଇଦେଲା ଆଉ ସେପଟୁ ନିମିଅପା ଶୁଣିପାରୁଥିଲେ ଆସ୍ଥାର ସେ ଦମ୍ଭିଲା ସ୍ୱରକୁ ।

କ୍ରମଶଃ

Leave A Reply

Your email address will not be published.