Latest Odisha News

BREAKING NEWS

୨୬/୧୧ ଆକ୍ରମଣ ପରି ଥିଲା ଯୋଜନା, ପ୍ରଧାନମନ୍ତ୍ରୀ କଲେ ଉଚ୍ଚସ୍ତରୀୟ ବୈଠକ

୨୬/୧୧ ପରି ଆକ୍ରମଣ ଯୋଜନାରେ ଥିଲେ ନଗରୋଟାରେ ନିହତ ଆତଙ୍କବାଦୀ । କୁହାଯାଉଛି କି ୨୬/୧୧ ବର୍ଷ ପୂର୍ତ୍ତି ଅବସରରେ ଆତଙ୍କବାଦୀମାନେ ଆକ୍ରମଣ କରିବାକୁ ଯୋଜନା କରିଥିଲେ । ହେଲେ ଆତଙ୍କବାଦୀଙ୍କ ଯୋଜନା ଫସର ଫାଟିଲା । ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହେଲେ ୪ ଆତଙ୍କବାଦୀ । ଜମ୍ମୁକଶ୍ମୀର ନଗରୋଟାରେ ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ଘଟଣା ନେଇ ଆଜି ଉଚ୍ଚସ୍ତରୀୟ ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବୈଠକରେ ଗୃହମନ୍ତ୍ରୀ ଅମିତ ଶାହ,ଏନଏସଏ ଅଜିତ ଡୋଭାଲ, ବିଦେଶ ସଚିବଙ୍କ ସହ ଗୁଇନ୍ଦା ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ବରିଷ୍ଠ ଅଧିକାରୀଙ୍କ ସହ ନଗରୋଟା ଏନକାଉଣ୍ଟରର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ।

ଗୁଇନ୍ଦା ତଥ୍ୟ ଅନୁସାରେ ପୋଲିସ ପକ୍ଷରୁ ନଗରୋଟା ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । ସବୁ ଟୋଲ ପ୍ଲାଜାରେ ଚେକିଂ କରାଯାଉଥିଲା । ଏହି ସମୟରେ ଭୋର ପାଖାପାଖି ୫ଟା ସମୟରେ କଶ୍ମୀର ଆଡକୁ ଯାଉଥିବା ଏକ ଟ୍ରକକୁ ଯବାନମାନେ ଚେକିଂ ପାଇଁ ଅଟକାଇଥିଲେ । ଟ୍ରକ୍ ଅଟକାଇ ହଠାତ୍ ଡ୍ରାଇଭର ଦୌଡି ପଳାଇଥିଲା । ଟ୍ରକରେ ଲୁଚି ଯାଉଥିବା ଆତଙ୍କବାଦୀଙ୍କ ସହ ଯବାନଙ୍କ ମୁହାଁମୁହିଁ ହୋଇଥିଲା । ପାଖାପାଖି ୩ ଘଣ୍ଟା ଚାଲିଥିବା ଗୁଳିବିନିମୟରେ ୪ ଜଣ ଆତଙ୍କବାଦୀ ନିହତ ହୋଇଥିଲେ । ଟ୍ରକକୁ ଉଡାଇ ଦେଇଥିଲେ ଯବାନ । ଟ୍ରକରୁ AK-47 ସହ ବିପୁଳ ମାରଣାସ୍ତ୍ର ଜବତ ହୋଇଥିଲା ।

Leave A Reply

Your email address will not be published.