Latest Odisha News

BREAKING NEWS

ତୃତୀୟ ପର୍ଯ୍ୟାୟ ମତଦାନ: ପଶ୍ଚିମବଙ୍ଗରେ ସବୁଠୁ ଅଧିକ ଓ ମହାରାଷ୍ଟ୍ରରେ ସବୁଠୁ କମ୍ ମତଦାନ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ଚାଲିଛି ତୃତୀୟ ପର୍ଯ୍ୟାୟ ମତଦାନ । ୧୧ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୋଟ୍ ୯୩ ଆସନରେ ଭୋଟ ଦେଉଛନ୍ତି ଜନସାଧାରଣ । ଆଜି ଗୁଜୁରାଟର ୨୫, ଉତ୍ତରପ୍ରଦେଶର ୧୦, କର୍ଣ୍ଣାଟକର ୧୪ ଓ ମହାରାଷ୍ଟ୍ରର ୧୧ ଆସନରେ ଚାଲିଛି ହେଭିୱେଟ୍ ନେତାଙ୍କ ଭାଗ୍ୟ ନିରୀକ୍ଷଣ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଭୋଟରଙ୍କୁ ରେକର୍ଡ ସଂଖ୍ୟରେ ଭୋଟ ଦେବା ପାଇଁ ନିବେଦନ କରିଛନ୍ତି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ୩୨.୮୨ ପ୍ରତିଶତରେ ପଶ୍ଚିମବଙ୍ଗ ମତଦାନରେ ସବୁଠୁ ଆଗୁଆ ଅଛି । ଏଥିସହିତ ୧୮.୧୮ ପ୍ରତିଶତରେ ମହାରାଷ୍ଟ୍ର ମତଦାନରେ ସବୁଠୁ ପଛରେ ଅଛି ।

ଦେଖନ୍ତୁ ଏହି ତାଲିକା

ରାଜ୍ୟ ଦିନ ୯ଟା ପର୍ଯ୍ୟନ୍ତ ମତଦାନର ହାର ଦିନ ୧୧ଟା ପର୍ଯ୍ୟନ୍ତ ମତଦାନର ହାର
ଆସାମ 10.12 27.34
ବିହାର 10.41 24.41
ଛତିଶଗଡ 13.24 29.90
ଦାଦ୍ରା ଓ ନଗର ହାବେଳି 10.13 24.69
ଗୋଆ 13.02 30.94
ଗୁଜୁରାଟ 9.87 24.35
କର୍ଣ୍ଣାଟକ 9.45 24.48
ମଧ୍ୟପ୍ରଦେଶ 14.43 30.21
ମହାରାଷ୍ଟ୍ର 6.64 18.18
ଉତ୍ତରପ୍ରଦେଶ 12.94 26.12
ପଶ୍ଚିମବଙ୍ଗ 15.85 32.82

Source- Amar ujala

Leave A Reply

Your email address will not be published.