Latest Odisha News

BREAKING NEWS

ଫୁଲ ମାର୍କ ୨୦୦ କିନ୍ତୁ ଛାତ୍ରୀ ରଖିଲେ ୨୧୨: ଭାଇରାଲ ହେଲା ଛାତ୍ରୀଙ୍କ ମାର୍କସିଟ୍

ନୂଆଦିଲ୍ଲୀ: ସାଧାରଣ ଭାବେ କୌଣସି ପରୀକ୍ଷାରେ ଟପ୍ପର ହେଉଥିବା ଛାତ୍ରଛାତ୍ରୀମାନେ ମୋଟ ମାର୍କରୁ ସର୍ବାଧିକ ୯୯ ପ୍ରତିଶତ ମାର୍କ ରଖିଥିବା ଦେଖିଥିବେ । କିନ୍ତୁ କେବେ କୌଣସି ଛାତ୍ରଛାତ୍ରୀ ମୋଟ ମାର୍କରୁ ଅଧିକ ମାର୍କ ରଖିଥିବା ଦେଖିଛନ୍ତି କି? ଗୁଜରାଟର ଡାହୋଡ ଜିଲ୍ଲାରେ ଚତୁର୍ଥ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରୀଙ୍କୁ ପରୀକ୍ଷାରେ ୨୦୦ରୁ ୨୧୨ ନମ୍ବର ଦିଆଯାଇଥିବା ଜଣାପଡ଼ିବା ପରେ ଏହାକୁ ନେଇ ବିବାଦ ଦେଖାଦେଇଛି।

ରିପୋର୍ଟ କାର୍ଡରେ ସମୁଦାୟ ୬ଟି ବିଷୟରେ ନମ୍ବର ନଜର ଆସୁଛି । କିନ୍ତୁ ୨ଟି ବିଷୟରେ ଯେଉଁ ନମ୍ବର ଦିଆଯାଇଛି ତାକୁ ଦେଖି ସମସ୍ତେ ତାଜୁବ ହେଉଛନ୍ତି । ଛାତ୍ରୀ ଜଣଙ୍କ ୯୩.୪୦ ପ୍ରତିଶତ ମାର୍କ ରଖି ପାସ୍ କରିଛନ୍ତି । କିନ୍ତୁ ୨ଟି ବିଷୟରେ ସେ ସର୍ବାଧିକ ନମ୍ବରଠୁ ମଧ୍ୟ ଅଧିକ ନମ୍ବର ରଖିଛନ୍ତି । ଏଥିରେ ଗୁଜରାତୀ, ଗଣିତ, ପରିବେଶ, ହିନ୍ଦୀ, ଇଂରାଜୀ ଏବଂ ବ୍ୟକ୍ତିତ୍ବ ବିକାଶ ବିଷୟର ମାର୍କସିଟ୍ ରହିଛି । କିନ୍ତୁ ଛାତ୍ରୀ ଜଣଙ୍କ ଗୁଜରାଟୀ ଭାଷାରେ ୨୦୦ ନମ୍ବରରୁ ୨୧୧ ରଖିଥିବାବେଳେ ଗଣିତରେ ୨୦୦ରୁ ୨୧୨ ନମ୍ବର ପାଇଛନ୍ତି । ଅର୍ଥାତ ଦୁଇଟି ବିଷୟରେ ଛାତ୍ରଙ୍କୁ ୪୦୦ରୁ ଅଧିକ ମାର୍କ ମିଳିଛି ।

ଏନେଇ ଅଭିଯୋଗ କରିବା ପରେ ଫଳାଫଳ ପ୍ରକାଶ ବେଳେ ତ୍ରୁଟି ଘଟିଥିବା ଜଣାପଡିଥିଲା। ପରବର୍ତ୍ତୀ ସମୟରେ, ଗୁଜୁରାଟୀରେ ୨୦୦ ରୁ ୧୯୧ ଏବଂ ଗଣିତରେ ୨୦୦ ରୁ ୧୯୦ ମାର୍କ ଥିବା ମାର୍କସିଟ୍‌ ତାଙ୍କୁ ଦିଆଯାଇଥିଲା। ଏହାକୁ ସଂଶୋଧନ କରି ଏକ ସଂଶୋଧିତ ଫଳାଫଳ ସିଟ୍ ଦିଆଯାଇଥିଲା। ଅବଶିଷ୍ଟ ବିଷୟଗୁଡିକର ସ୍କୋର ଅପରିବର୍ତ୍ତିତ ରହିଲା। ନୂତନ ରେଜଲ୍ଟରେ ସେ ୧୦୦୦ ରୁ ୯୩୪ ମାର୍କ ପାଇଲେ । ତେବେ ଭବିଷ୍ୟତରେ ଏଭଳି ତ୍ରୁଟିକୁ ସୁଧାରିବା ପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ପକ୍ଷରୁ ଯାଞ୍ଚ ଆରମ୍ଭ ହୋଇଛି ।

Leave A Reply

Your email address will not be published.