Latest Odisha News

BREAKING NEWS

କାଳି ମନ୍ଦିରରେ କଳା କନା ବୁଲେଇଲେ ଦୁର୍ବୃତ୍ତ

ସୋନପୁର: ସୁବର୍ଣ୍ଣପୁର ସହର ସୁବର୍ଣ୍ଣମେରୁ ମନ୍ଦିର ପରିସରରେ ଥିବା କାଳି ମନ୍ଦିରରୁ ଚୋରି ହୋଇଛି । ଦୁର୍ବୃତ୍ତ ଦାନ ହୁଣ୍ଡି ଭାଙ୍ଗି ଟଙ୍କା ଲୁଟି ନେବା ସହ ପୂଜା ସାମଗ୍ରୀ ଚୋରି କରିଛନ୍ତି । ଆଜି ସକାଳୁ ମନ୍ଦିର ଖୋଲିବାକୁ ଆସିବା ପରେ ସେବାୟତ ତାଲା ଭଙ୍ଗା ଥିବା ଦେଖିଥିଲେ । ଏନେଇ ସୋନପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି ।

ବିଳମ୍ବିତ ରାତିରେ ମନ୍ଦିରର ମୁଖ୍ୟ ଫାଟକ ଭାଙ୍ଗି ଲୁଟାରେ ମନ୍ଦିରରେ ପଶି ଥିଲେ । ସେଠାରୁ ଦାନ ହୁଣ୍ଡିକୁ ଉଠାଇ ନେଇ ଥିଲେ । ମନ୍ଦିର ବାହାରେ ହୁଣ୍ଡିର ତାଲା ଭାଙ୍ଗି ଟଙ୍କା ନେଇ ଫେରାର ହୋଇ ଯାଇଛନ୍ତି ଲୁଟେରା । ମନ୍ଦିର ଭିତରେ ଥିବା ଘଣ୍ଟ ,ଘଣ୍ଟି ଓ ଅନ୍ୟାନ୍ୟ ପୂଜା ସାମଗ୍ରୀ ମଧ୍ୟ ଚୋରି ହୋଇଥିବା ସେବାୟତ କହିଛନ୍ତି ।

Leave A Reply

Your email address will not be published.