Latest Odisha News

ମହାପ୍ରଭୁଙ୍କର ବାଳ ଧୂପ ଓ ରାଧା ଦାମୋଦର ବେଶ 

ପୁରୀ : କାର୍ତ୍ତିକ ମାସରେ ଶ୍ରୀଜୀଉଙ୍କର ରାଧା ଦାମୋଦର ବେଶ ହୋଇଥାଏ। ଏହି ବେଶ ଅତ୍ୟନ୍ତ ସୁନ୍ଦର ଓ ଆକର୍ଷଣୀୟ। ଏହି ବେଶରେ ମହାପ୍ରଭୁଙ୍କ ପାଖରେ ବିଶେଷ ଭୋଗ ଲାଗିଥାଏ ଯାହା ବାଳ ଧୂପ ନାମରେ ପରିଚିତ।ସକାଳ ଧୂପ ପରେ ବାଳଧୂପ ନୀତିରେ ସାଧାରଣତଃ କୋରା , ଦୋଭଜା , ଲିଆ , ଅଦା , ଖଇ , ନଡିଆ , ଖୁଦି , ଚାଉଳିଆ , ସେଓ , କମଳା , କଦଳୀ , କାକୁଡ଼ି , ପଇଡ଼ ଆଦି ଭୋଗ ହୋଇଥାଏ।

BjdElectrycity

ପରମ୍ପରା ଅନୁଯାୟୀ ଏହି ସମୟରେ ବଡ଼ ଛତା ମଠ ତରଫରୁ ସଙ୍ଗୀତ ଗାନ ଓ ରାଧାକାନ୍ତ ମଠ ତରଫରୁ ସଂକୀର୍ତ୍ତନ ହୋଇଥାଏ।ଏହି ବାଳ ଧୂପ ସମ୍ପର୍କରେ ଏକ ଅଲୌକିକ କଥା ମଧ୍ୟ ରହିଛି  । ମହାପ୍ରଭୁଙ୍କ ତ୍ରିମୁଣ୍ଡିରେ ବାଳ ଦେଖି ରାଜା ଗଜପତି ସନ୍ଦେହ କରିଥିଲେ ତେଣୁ ସେ କିଛି ବାଳକୁ ଓପାଡି ଦେଇଥିଲେ । ତତ୍କ୍ଷଣାତ ସେହି ସ୍ଥାନରୁ ରକ୍ତ ବୋହିବାକୁ ଲାଗିଥିଲା।

ଏହା ଦେଖି ଗଜପତି ମହାରାଜା ମହାପ୍ରଭୁଙ୍କ ନିକଟରେ ଭୁଲ ମାଗିଥିଲେ । ମହାପ୍ରଭୁଙ୍କ ଏହି ଅଦ୍ଭୁତ ଲୀଳାକୁ ମନେ ରଖିବାକୁ ଯାଇ ସେହି ଦିନ ଠାରୁ ବାଳ ଧୂପର ପ୍ରଚଳନ ହେଲା ଯାହା ସକାଳ ଧୂପ ପରେ ହୋଇଥାଏ। ତେବେ ସକାଳ ଧୂପ ସମୟରେ ଷୋଡଶ ଉପଚାରରେ ମଣୋହି ହେଲା ପରେ ପୂଜାପଣ୍ଡା ସେମିତି ସିଂହାସନ ଉପରେ ବସିଥାନ୍ତି । ତଳେ ମହାପ୍ରସାଦ ଉଠି ପାଣି ପଡିଲା ପରେ ବାଳଧୂପ ପଞ୍ଚ ଉପଚାରରେ ଅନୁଷ୍ଠିତ ହୋଇଥାଏ।

 

Leave A Reply

Your email address will not be published.