Latest Odisha News

BREAKING NEWS

୨୨ରୁ ପୁଣି ଲଘୁଚାପ

ଭୁବନେଶ୍ବର: ସେପ୍ଟେମ୍ବର ୨୦ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗର ଏବଂ ଏହାକୁ ଲାଗି ରହିଥିବା ଥାଇଲ୍ୟାଣ୍ଡ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଯାହା ସେପ୍ଟେମ୍ବର ୨୨ ବେଳକୁ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇପାରେ। ଏନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ କରିଛି।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଏହି ପ୍ରକ୍ରିୟା ଯୋଗୁଁ ଓଡ଼ିଶାର ବିଭିନ୍ନ ସ୍ଥାନରେ ବିଶେଷକରି ଦକ୍ଷିଣ ଓ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବର୍ତ୍ତମାନ ଉତ୍ତର ବଙ୍ଗୋପସାଗର ଉପରେ ସକ୍ରିୟ ଥିବା ଏକ ଲଘୁଚାପ କ୍ଷେତ୍ର ଯୋଗୁଁ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି।

ସେପ୍ଟେମ୍ବର ୧୭ ଯାଏଁ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ମଧ୍ୟମ ଧରଣରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଯେଉଁଥିରେ ବିଭିନ୍ନ ଅଞ୍ଚଳରେ ୧୦ରୁ ୪୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ସେପ୍ଟେମ୍ବର ୨୨ ବେଳକୁ ସୃଷ୍ଟି ହେବାକୁ ଥିବା ଏହି ନୂଆ ପ୍ରକ୍ରିୟା ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ବର୍ଷାର ପରିମାଣ ବଢ଼ାଇପାରେ ଏବଂ ଏହାର ପ୍ରଭାବ ପୂର୍ବ ଓ ଉତ୍ତର-ପୂର୍ବ ଭାରତ ପର୍ଯ୍ୟନ୍ତ ବ୍ୟାପିପାରେ ବୋଲି କୁହାଯାଉଛି।

ସେହିପରି ମାସର ଦ୍ୱିତୀୟାର୍ଦ୍ଧରେ ପାଣିପାଗ ଆର୍ଦ୍ର ରହିବା ସହ ପ୍ରବଳ ପବନ ସହ କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଆକଳନ କରିଛି ପାଣିପାଗ ବିଭାଗ।

Leave A Reply

Your email address will not be published.