ନୂଆଦିଲ୍ଲୀ: ବୁଧବାର ସଂସଦରେ ଭାଷଣ ସମୟରେ ବିଜେପି ସାଂସଦଙ୍କ ବ୍ୟବହାରରେ ରାଗିଯାଇଥିଲେ। ଏପରିକି ତାଙ୍କୁ ତାଙ୍କ ‘ପିତା’ଙ୍କ କକଥା ମଧ୍ଯ ମନେ ପକାଇଦେଇଥିଲେ। ଏହାକୁ ନେଇ ଗୃହରେ ବହୁତ ହଟ୍ଟଗୋଳ ହୋଇଥିଲା। ସ୍ଥିତି ଏଭଳି ହୋଇଥିଲା ଯେ ବାଚସ୍ପତି ଜଗଦୀପ ଧନଖଡ଼ ଉଭୟ ପକ୍ଷକୁ ଶାନ୍ତ କରାଇଥିଲେ।
ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଖଡଗେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ବିଷୟରେ ଗୃହରେ ଆଲୋଚନା କରୁଥିଲେ। ସେହି ସମୟରେ ବିଜେପି ସାଂସଦ ନୀରଜ ଶେଖର ମଝିରୁ କହିବା ଆରମ୍ଭ କରିଥିଲେ। ଏଥିରେ ରାଗିଯାଇ ଖଡଗେ ତାଙ୍କୁ କହିଥିଲେ, ‘ଚୁପ୍ ରୁହ। ମୁଁ ତୁମ ବାପାଙ୍କ ସହ କାମ କରିଛି। ଆମେ ଭଲ ବନ୍ଧୁ ଥିଲୁ।’ ତୁମେ କଣ କହୁଛ? ଚୁପଚାପ୍ ବସ
ଖାସ୍ କଥା ହେଉଛି ନୀରଜ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଚନ୍ଦ୍ର ଶେଖରଙ୍କ ପୁଅ। ଦେଶର ମହାନ ସମାଜବାଦୀ ନେତାଙ୍କ ମଧ୍ୟରେ ତାଙ୍କୁ ଗଣନା କରାଯାଏ। ସେ ଅକ୍ଟୋବର ୧୯୯୦ରୁ ଜୁନ୍ ୧୯୯୧ ପର୍ଯ୍ୟନ୍ତ ୬ ମାସ ଧରି ଦେଶର ପ୍ରଧାନମନ୍ତ୍ରୀ ଥିଲେ।
ତେବେ ଉଭୟ ପକ୍ଷକୁ ଶାନ୍ତ କରିବାକୁ ଯାଇ ଧନଖଡ଼ କହିଥିଲେ, ‘ଚନ୍ଦ୍ରଶେଖର ଜୀ ଏହି ଦେଶର ମହାନ ନେତାମାନଙ୍କ ମଧ୍ୟରୁ ଜଣେ।’ ତାଙ୍କର ସମ୍ମାନ କେବେ ମାପି ହେବ ନାହିଁ। ସେଥିପାଇଁ ‘ତୋ ବାପା’ ଶବ୍ଦ ବ୍ଯବହାର କରନାହିଁ।
Comments are closed.