Latest Odisha News

BREAKING NEWS

ପାର୍ବଣରେ ବୁଲିଯାଆନ୍ତୁ ଝଙ୍କଡ ବାସିନୀ ମାଆ ସାରଳାଙ୍କ ପୀଠ

ଭୁବନେଶ୍ୱର: ଆରମ୍ଭ ହୋଇଯାଇଛି ପାର୍ବଣର ମାହୋଲ । ଜଗତଜନନୀ ମାଆ ଦୁର୍ଗାଙ୍କ ଦଶହରା ପୂଜା ପରେ ଆଗକୁ ଆସୁଛି ମା କାଳୀଙ୍କ ପୂଜା । ପାର୍ବଣର ଏହି ମାହୋଲରେ ବୁଲି ଯାଆନ୍ତୁ ଜଗତସିଂହପୁର ଝଙ୍କଡ଼ ସ୍ଥିତ ମା’ ସାରଲଙ୍କ ପୀଠ ।

ହିନ୍ଦୁମାନଙ୍କ ବହୁ ପ୍ରସିଦ୍ଧ ମନ୍ଦିର ମାନଙ୍କ ମଧ୍ୟରୁ ମା’ସାରଳାଙ୍କ ମନ୍ଦିର ଅନ୍ୟତମ। ମା’ ସାରଳାଙ୍କୁ ବାକ୍‍ ଦେବୀ ତଥା ଜ୍ଞାନ ଓ ବିଜ୍ଞତାର ଦେବୀ ବୋଲି ମଧ୍ୟ କୁହାଯାଇଥାଏ।

ନବରାତ୍ର , ପାର୍ବଣ, ଶାରଦୀୟ ଉତ୍ସବ,ପଣା ସଙ୍କରାନ୍ତି, ଦୋଳ ପୂର୍ଣ୍ଣିମା, ଚନ୍ଦନ ଯାତ୍ରା ଏହି ସମସ୍ତ ଉତ୍ସବ ମାନଙ୍କରେ ଏଠାରେ ବହୁ ଜନସମାଗମ ହୋଇଥାଏ। ବହୁ ଭକ୍ତମାନେ ଏଠାକୁ ଆସି ନିଜର ମନସ୍କାମନା ପୂରଣ କରିଥାଆନ୍ତି।

ଏଠାକୁ ଭକ୍ତମାନେ ଆସି ଏକ ଅପୂର୍ବ ଶାନ୍ତି ପାଇଥାଆନ୍ତି ବୋଲି ମଧ୍ୟ ମାନ୍ୟତା ରହିଛି। ବହୁ ଲୋକେ ଏଠାରେ ଅନେକ ମାନସିକ କରିଥାଆନ୍ତି। ଭକ୍ତି ଓ ଶ୍ରଦ୍ଧାଭାବ ରଖି ମା’ଙ୍କୁ ଡ଼ାକିଲେ ସମସ୍ତ ଦୁଃଖ ଦୂର ହୋଇଥାଏ ବୋଲି ମାନ୍ୟତା ରହିଛି।

ଏଠାରେ ମା’ଙ୍କର ଦିବ୍ୟ ରୂପକୁ ଦେଖି ଖୁବ ଆନନ୍ଦ ଲାଗିଥାଏ। ବହୁ ଦୂରଦୁରାନ୍ତରରୁ ଲୋକେ ମା’ଙ୍କୁ ଦର୍ଶନ କରିବା ନିମନ୍ତେ ଆସିଥାଆନ୍ତି।

ମନ୍ଦିରର ଚତୁଃପାଶ୍ୱର୍ରେ ବହୁ ଦେବାଦେବୀ ମଧ୍ୟ ରହିଛନ୍ତି। ମନ୍ଦିରର କାରୁକାର୍ଯ୍ୟ ଓ ଶୋଭା ସଭିଁଙ୍କୁ ବେଶ ଆକର୍ଷିତ କରିଥାଏ। ବହୁ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଏହି ସ୍ଥାନଟି ପରିପୂର୍ଣ୍ଣ ଅଟେ।

କିପରି ଯିବେ:

ଏଠାରୁ ନିକଟତମ ରେଳ ଷ୍ଟେସନ ହେଉଛି କଟକ। ସେଠାରୁ ଟ୍ୟାକ୍ସି ଆପଣ ଏଠାକୁ ଆସିପାରିବେ ।

Leave A Reply

Your email address will not be published.