Latest Odisha News

BREAKING NEWS

ଆଜି ମହାଶିବ ରାତ୍ରି, ଭୋଳାବାବାଙ୍କୁ ପୂଜାର୍ଚ୍ଚନା କିପରି କରିବେ?

ଆଜି ମହାଶିବରାତ୍ରୀ ।ସାରା ଦେଶରେ ଥିବା ଶୈବପୀଠମାନଙ୍କରେ ଲାଗିଛି ଲମ୍ବା ଗହଳି । କୁହାଯାଏ ଆଜି ଦିନରେର ନିଷ୍ଠାର ଶହ ମହାଦେବଙ୍କ ପୂଜାର୍ଚ୍ଚନା କଲେ ଭକ୍ତ କରିଥିବା ସବୁ ମନସ୍କାମନା ପୁରଣ ହୁଏ । ସେଥିପାଇଁ ଆଜିର ଦିନରେ ମହାଦେବଙ୍କ ପୂଜାର୍ଚ୍ଚନ କରିବାକୁ ସବୁ ମନ୍ଦିରରେ ଗହଳି ଲାଗିଛି । ଫଗୁଣ ମାସ କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ପ୍ରତିବର୍ଷ ମହାଶିବ ରାତ୍ରୀ ପର୍ବ ପାଳିତ ହୁଏ । କୁହାଯାଏ ଶିବରାତ୍ରୀ ଦିନ ଭଗବାନ ଶିବଙ୍କୁ  ପ୍ରସନ୍ନ କରିବା ବହୁତ ସହଜ ।ଏହି ଦିନ ଭୋଳାବାବାଙ୍କ କୃପା ଯାହା ଉପରେ ହୋଇଯିବ ତାଙ୍କ ଜୀବନ ଖୁସିରେ ଭରିଯିବ । ଦୁଃଖର ଛାଇ ମଧ୍ୟ ତାଙ୍କ ଉପରେ ପଡ଼ିବନି । ଶିବଙ୍କ କୃପା ପାଇଁ ତ ଆଜି ପ୍ରତ୍ୟେକ ଶୈବପୀଠରେ ଚାଲିଛି ମହାଦେବଙ୍କ ସ୍ବତନ୍ତ୍ର ନୀତିନ୍ତିରେ ପୂଜାର୍ଚ୍ଚନା ।

ଆଜିର ଦିନରେ ମହାଦେବଙ୍କୁ ପୂଜା କରିବାକୁ ସଠିକ ସମୟ ହେଲା

ପ୍ରଥମ ପ୍ରହର- ସକାଳ ୬.୨୫ରୁ ରାତ୍ରୀ ୯ଟା ୨୮ ପର୍ଯ୍ୟନ୍ତ

ଦ୍ବିତୀୟ ପ୍ରହର- ରାତି ୯.୨୮ରୁ ମଧ୍ୟ ରାତ୍ରୀ ୧୨.୩୧ ପର୍ଯ୍ୟନ୍ତ

ତୃତୀୟ ପ୍ରହର- ୯ ମାର୍ଚ୍ଚ ମଧ୍ୟ ରାତିରୁ ୧୨.୩୧ରୁ ସକାଳ ୩.୩୪ ପର୍ଯ୍ୟନ୍ତ

ଚତୁର୍ଥ ପ୍ରହର- ୯ ତାରିଖ ସକାଳ ୩.୩୪ରୁ ସକାଳ ୬.୩୭ ପର୍ଯ୍ୟନ୍ତ

ଆଜିର ଦିନରେ ନିଜ୍ଜଳା ବ୍ରତ କିମ୍ବା ଫଳମୂଳ ଖାଇ ବ୍ରତ କରାଯାଏ । ସକାଳୁ ଜଲଦି ଉଠି ନିତ୍ୟକ୍ରମ ସାରି ବ୍ରତର ସଂକଳ୍ପ ନେବେ । ଘର ନିକଟରେ ଥିବା ଶିବ ମନ୍ଦିରକୁ ଯାଇ ମହାଦେବଙ୍କ ପଞ୍ଚାମୂର୍ତ ଏବଂ ଗଙ୍ଗାଜଳରେ ଅଭିଷେକ କରାନ୍ତୁ । ଶିବଲିଙ୍ଗରେ ବେଲପତ୍ର, ଧଳା ଚନ୍ଦନ, କ୍ଷୀରରେ କେଶର ପକାଇ ଅଭିଷେକ କରାନ୍ତୁ । ଏପରି କଲେ କୁହାଯାଏ ଭଗବାନ ଶିବଙ୍କ ଆଶୀର୍ବାଦ ମିଳେ ।ଏବଂ ସବୁ  ଦୁଃଖ କଷ୍ଟରୁ ମୁକ୍ତି ମିଳେ ।

 

 

 

 

Leave A Reply

Your email address will not be published.