ପୁରୀ:ବେଆଇନ ବାଲି ଘାଟ ଉପରେ ଚଢ଼ାଉ । ୧୮ ବାଲି ବୋଝେଇ ହାଇୱା, ୨ ଟି JCB ମେସିନ ଜବତ । ୧୦ଜଣଙ୍କୁ ଉଠାଇ ନେଲା ପୋଲିସ। ପୁରୀ ଖଣି ବିଭାଗ ଓ ପୋଲିସର ସ୍ପେଶାଲ ସ୍କ୍ୱାଡ୍ ପକ୍ଷରୁ ବଳଙ୍ଗା ଥାନା ଅନ୍ତର୍ଗତ ଭାର୍ଗବୀ ନଦୀର ତେରହଳ ଅଞ୍ଚଳରେ ଚାଲୁଥିବା ବେଆଇନ ବାଲି ଘାଟ ଉପରେ ବିଳମ୍ବିତ ରାତିରେ ବଡ଼ ଧରଣର ଚଢ଼ାଉ କରାଯାଇଛି । ଏହି ଅଭିଯାନ ସମୟରେ ୧୮ଟି ବାଲି ବୋଝେଇ ହାଇୱା ଓ ୨ଟି JCB ଜବତ କରାଯାଇଥିବା ସୂଚନା ମିଳିଛି ।
ଘଟଣାସ୍ଥଳରୁ ୧୦ରୁ ଅଧିକ ଲୋକଙ୍କୁ ବଳଙ୍ଗା ପୋଲିସ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି ।
ସୂଚନାଥାଉକି, ଅନେକ ଦିନ ହେଲାଣି ବେଆଇନ ବାଲି ଘାଟ ଚାଲୁଥିବା ନେଇ ଅଭିଯୋଗ ପରେ ରାତି ଅଧିଆ ଚଢାଉ ହୋଇଛି ।
