Latest Odisha News

BREAKING NEWS

ଖୁବ୍‌ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ମଲାଇକା ଏବଂ ଅର୍ଜୁନ

ନୂଆଦିଲ୍ଲୀ : ପୁଣି ଚର୍ଚ୍ଚାରେ ଅଭିନେତ୍ରୀ ମଲାଇକା ଆରୋରା । ପୂର୍ବରୁ ମଲାଇକା ଏବଂ ଅର୍ଜୁନଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହୁଥିଲେ ପରସ୍ପର । ବର୍ତ୍ତମାନ ଦ୍ବନ୍ଦରେ ପଡ଼ିଛନ୍ତି ଫ୍ୟାନ୍ସ । ବଲିଉଡର ବହୁ ଚର୍ଚ୍ଚିତ ଯୋଡି ମଲାଇକା ଅରୋରା ଏବଂ ଅର୍ଜୁନ କପୂର କରିବେ କି ବିବାହ ? ଯାହାକୁ ନେଇ ଫ୍ୟାନ୍ସ ଏହି ଗୋଟିଏ ପ୍ରଶ୍ନ କରୁଛନ୍ତି, ଏହି ପ୍ରଶ୍ନ ପଚାରିବାର କାରଣ ହେଉଛି ମଲାଇକାଙ୍କର ପୋଷ୍ଟ । ମଲାଇକା ଅରୋରା ନିଜର ଇନଷ୍ଟାଗ୍ରାମରେ ଏମିତି କିଛି ପୋଷ୍ଟ କରିଛନ୍ତି ଯାହାକୂ ନେଇ ତାଙ୍କ ବିବାହର ଖୁବ ଚର୍ଚ୍ଚା ଧରିଛି ।

 

View this post on Instagram

 

A post shared by Malaika Arora (@malaikaaroraofficial)

ମଲାଇକା ଅରୋରା ନିଜର ଇନଷ୍ଟାଗ୍ରାମରେ ତାଙ୍କର ଏକ ଲାଜ କରୁଥବା ପୋଷ୍ଟ ସେୟାର କରି ଲେଖିଛନ୍ତି,”ମୁଁ ହଁ କହିଦେଇଛି”। ଏହି ପୋଷ୍ଟ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଫ୍ୟାନ୍ସ ମଲାଇକାଙ୍କୁ ପ୍ରଶ୍ନ କରିଛନ୍ତି କି ସେ ବିବାହ ପାଇଁ ହଁ କରିଦେଇଛନ୍ତି କି ? ଏହାସହ କେତେକ ଫ୍ୟାନ୍ସ ତାଙ୍କୁ ଆଗୁଆ ଅଭିନନ୍ଦନ ଜଣାଇବା ଆରମ୍ଭ କରିଦେଇଛନ୍ତି ।

ମଲାଇକା ଏବଂ ଅର୍ଜୁନ ବହୁ ସମୟ ଧରି ପରସ୍ପରଙ୍କୁ ଡେଟ୍ କରୁଛନ୍ତି । ପୂର୍ବରୁ ଦୁହେଁ ନିଜର ସମ୍ପର୍କକୁ ନେଇ ଅଫିସିଆଲ କରିଥିଲେ । ଉଭୟଙ୍କର ରୋମାଣ୍ଟିକ ଫଟୋ ଗୁଡିକ ସୋସିଆଲ ମିଡିଆରେ ଭାଇରାଲ ହେବାସହ ଚର୍ଚ୍ଚା ଜୋର ଧରିଛି। ଅର୍ଜୁନ କପୁରଙ୍କୁ ଡେଟ୍ କରିବା ପୂର୍ବରୁ ମଲାଇକା ସଲମାନ ଖାନଙ୍କ ଭାଇ ଅରବାଜ ଖାନଙ୍କୁ ବିବାହ କରିଥିଲେ ।

Leave A Reply

Your email address will not be published.