Latest Odisha News

BREAKING NEWS

ଆସନ୍ତା ସପ୍ତାହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ମମତା ବାନାର୍ଜୀ !

ଭୁବନେଶ୍ୱର: ୨୦୨୪ ନିର୍ବାଚନ ପୂର୍ବରୁ ବିରୋଧୀଙ୍କ ମେଳି ଦେଖିବାକୁ ମିଳୁଛି । କଂଗ୍ରେସ ଠାରୁ ତୃଣମୂଳ କଂଗ୍ରେସ ଦୂରେଇ ଯାଉଥିବା ବେଳେ ଆସନ୍ତା ସପ୍ତାହରେ ଟିଏମସି ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ମମତା ଓଡ଼ିଶା ଗସ୍ତ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ପାରନ୍ତି ।

ତୃଣମୂଳ କଂଗ୍ରେସ ନେତାଙ୍କ ସୂଚନା ଅନୁସାରେ, ଆସନ୍ତା ସପ୍ତାହରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ । ଗସ୍ତ ସମୟରେ ପୁରୀ ଯାଇ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କରିବେ ମମତା ବାନାର୍ଜୀ ।

୨୩ ତାରିଖରେ ମମତା, ନବୀନଙ୍କୁ ଭେଟିପାରନ୍ତି ବୋଲି କହିଛନ୍ତି ଟିଏମସି ସାଂସଦ ସୁଦୀପ ବନ୍ଦ୍ୟୋପାଧ୍ୟାୟ । ୨୦୨୪ ନିର୍ବାଚନ ପୂର୍ବରୁ ମମତା ଅନ୍ୟ ବିରୋଧୀ ଦଳର ନେତା ମାନଙ୍କୁ ଭେଟୁଥିବା ବେଳେ ପୁଣି ତୃତୀୟ ସାମ୍ମୁଖ୍ୟକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ଏତିକି ବେଳେ ମମତା ବାନାର୍ଜୀଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ଓ ବିଜେଡି ସୁପ୍ରିମୋ ନବୀନଙ୍କୁ ଭେଟିବା ଚର୍ଚ୍ଚା ରାଜନୈତିକ ପାଣିପାଗକୁ ଉଷ୍ଣ କରିଛି ।

ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ଉଭୟ ବିଜେପି ଏବଂ କଂଗ୍ରେସଠାରୁ ସମାନ ଦୂରତା ବଜାୟ ରଖି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି । ସେହିପରି ମମତାଙ୍କ ଦଳ ତୃଣମୂଳ କଂଗ୍ରେସ ମଧ୍ୟ ବିଜେପିଠାରୁ ଦୂରରେ ରହିଥିବା ବେଳେ ଏବେ କଂଗ୍ରେସ ଠାରୁ ମଧ୍ୟ ଦୂରେଇବା ଆରମ୍ଭ କରିଛି ।

Leave A Reply

Your email address will not be published.