Latest Odisha News

BREAKING NEWS

ମାସ୍କ କି ସାନିଟାଇଜର୍ ନୁହେଁ ମଦ ବାଣ୍ଟୁଥିଲେ ମହୋଦୟ, ଏବେ ଜେଲରେ !

ହାଇଦ୍ରାବାଦ: ସୋସିଆଲ୍ ମିଡିଆରେ ପପୁଲାରିଟି ନିଶା । ସେଥିପାଇଁ ନିଶା ବାଣ୍ଟୁଥିଲେ । ହେଲେ ଏବେ ଲକ୍‌-ଡାଉନ୍ ନିୟମ ଭାଙ୍ଗି ପୋଲିସ ପାଖରୁ ମାଡ ବି ବାଣ୍ଟିକି ନେଇଛନ୍ତି ।

ଟିକ୍‌ଟକ୍‌ରେ ଅଧିକ ପପୁଲାର ହେବା ନିଶାରେ ତେଲାଙ୍ଗାନାର ୩୦ ବର୍ଷୀୟ ଯୁବକ ରବିବାର ହାଇଦ୍ରାବାଦରେ ଦିନ ମଜୁରିଆଙ୍କୁ ମଦ ବାଣ୍ଟୁଥିଲେ । ଏପରିକି ଅନ୍ୟ ଜଣେ ବ୍ୟକ୍ତି ମହିଳାଙ୍କୁ ବି ଗ୍ଲାସରେ ମଦ ଢାଳି ଆପ୍ୟାୟିତ କରିଥିଲେ ।

ଏହି ସମସ୍ତ ଦୃଶ୍ୟକୁ କ୍ୟାମେରାରେ କଏଦ କରି ସୋସିଆଲ ମିଡିଆରେ ବି ଖୋଦ ଯୁବକ ଜଣକ ଅପଲୋଡ୍ କରିଥିଲେ । ହେଲେ ଭିଡିଓଟି ଏତେମାତ୍ରାରେ ଭାଇରାଲ୍ ହୋଇଥିଲା ଯେ ଶେଷରେ ହାଇଦ୍ରାବାଦ ପୋଲିସ ତାଙ୍କୁ ଗିରଫ କରିଛି ।

ଲକ୍‌-ଡାଉନ୍ ତଥା ଡ୍ରାଏ ଡେ ରେ ମଦ ରଖିବା ସହ ବାଣ୍ଟିବା ଅଭିଯୋଗରେ ୨ ଅଭିଯୁକ୍ତଙ୍କୁ ତେଲାଙ୍ଗାନା ଅବକାରୀ ନିଷେଧ ନିୟମ ଅନୁଯାୟୀ ଗିରଫ କରାଯାଇଛି ।

Leave A Reply

Your email address will not be published.