Latest Odisha News

BREAKING NEWS

ଜଳିଗଲା ଝିଅ ବାହାଘରର ସବୁ ଫର୍ଣ୍ଣିଚର ଓ ଇଲୋକ୍ଟ୍ରୋନିକ୍ସ ସାମଗ୍ରୀ

କାମାକ୍ଷାନଗର: ଝିଅ ବାହାଘର ପାଇଁ ଏକଜୁଟ କରିଥିଲେ ଫର୍ଣ୍ଣିଚର ଓ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ । କିନ୍ତୁ ନିଆଁର ଲେଲିହାନରେ ସବୁ ଜଳି ଛାରଖାର ହୋଇଗଲା । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବାଙ୍ଗୁରା ଗାଁର ବାବୁଲି ଦିଆଣି ସର୍ବସ୍ୱାନ୍ତ ହୋଇଛନ୍ତି । ରାତିରେ ଶୋଇଥିବାବେଳେ କୌଣସି କାରଣରୁ ତାଙ୍କ ଘରେ ନିଆଁ ଲାଗିଯାଇଥିଲା । ନିଆଁର ପ୍ରକୋପ ଏତେ ଥିଲାଯେ ଦେଖୁ ଦେଖୁ ୪ ବଖରାକୁ ବ୍ୟାପିଯାଇଥିଲା ନିଆଁ ।

ଝିଅ ବାହାଘର ପାଇଁ ଘରେ ଆଣି ରଖିଥିଲେ ଲକ୍ଷାଧିକ ଟଙ୍କାର ଆସବାବପତ୍ର ଓ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ । ନିଆଁରେ ଜଳିପୋଡି ସବୁ ପାଉଁଶ ହୋଇଯାଇଛି । ୧୨ଟି ଛେଳିରୁ ୬ ଟି ନିଆଁରେ ଦଗ୍ଧ ହୋଇଛନ୍ତି । ବାବୁଲି, ସ୍ତ୍ରୀ କୌଶଲ୍ୟା ଓ ପିଲାମାନେ କେବଳ ଜୀବନ ବଞ୍ଚାଇବା ପାଇଁ ଘରୁ ଦୌଡ଼ି ପଳାଇଆସିଥିଲେ । ପିନ୍ଧା ଲୁଗା ବ୍ୟତୀତ ଆଉ କିଛି ବି ଘରୁ କାଢିପାରିଲେନି ।

ତିନି ଝିଅଙ୍କ ମଧ୍ୟରୁ ନିଜର ମଝିଆଁ ଝିଅର ବିବାହ ପାଇଁ କାଠ ଫର୍ନିଚର ଓ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଘରେ ରଖିଥିଲେ । ହଠାତ ନିଆଁ ଲାଗି ସବୁ ଜଳି ପୋଡି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଖବର ପାଇବା ପରେ କାମାକ୍ଷାନଗର ଅଗ୍ନିଶମ ବାହିନୀ ଅତି କଷ୍ଟରେ ନିଆଁକୁ ଆୟତ୍ତ କରିଥିଲେ । ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ହରେଇ ବାବୁଲି ଏବେ ସର୍ବସ୍ୱାନ୍ତ । ତାଙ୍କୁ ସରକାରୀ ସହାୟତା ଯୋଗେଇ ଦେବାକୁ ସେ ନିବେଦନ କରିଛନ୍ତି ।

Leave A Reply

Your email address will not be published.