Latest Odisha News

BREAKING NEWS

ଚାଷୀ ପ୍ରସଙ୍ଗକୁ ନେଇ ହଟ୍ଟଗୋଳ, ସାଢେ ୧୧ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର: ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ଦ୍ୱିତୀୟ ଦିନରେ ବି ଗୃହରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ୧୧ଟା ୩୦ ମିନିଟ ପର୍ଯ୍ୟନ୍ତ ଗୃହ ମୁଲତବୀ ରହିଛି । ଚାଷୀ ପ୍ରସଙ୍ଗ ନେଇ ମୁହାଁମୁହିଁ ହୋଇଥିଲେ ଶାସକ ଓ ବିରୋଧୀ । ଗୃହ ମଧ୍ୟରେ ପ୍ରବଳ ହଟ୍ଟଗୋଳ କରିବାରୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗୃହକୁ ସାଢେ ୧୧ଟା ଯାଏଁ ମୁତଲବୀ କରିଛନ୍ତି । ଗୃହରୁ ବାହରି ବିରୋଧୀ ସଦସ୍ୟମାନେ ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଛନ୍ତି ।

ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଫସଲ ବୀମା ଯୋଜନାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଫସଲ ବୀମା ପ୍ରସଙ୍ଗକୁ କେନ୍ଦ୍ର କରି ଉଭୟ କଂଗ୍ରେସ ଓ ବିଜେପି ହୋହଲ୍ଲା କରିଛନ୍ତି । ଇନପୁଟ୍ ସବସିଡି ଏତେ ବିଳମ୍ୱରେ ସରକାର କାହିଁକି ଦେଲେ ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ । ସେପଟେ ଶାସକ ଦଳ ମଧ୍ୟ ଚାଷୀ ସମସ୍ୟା ପାଇଁ କେନ୍ଦ୍ର ସରକାର ଉପରେ ଦୋଷ ଲଦିଛନ୍ତି । ଫସଲର ସହାୟକ ମୂଲ୍ୟ ବୃଦ୍ଧି ନହେବାରୁ ଅସନ୍ତୋଷ ପ୍ରକାଶ କରିଛି ଶାସକ ବିଜୁ ଜନତା ଦଳ । ଓଡ଼ିଶା ପ୍ରତି କେନ୍ଦ୍ର ସରକାର ବୈମାତୃକ ମନୋଭାବ ପୋଷଣ କରିଥିବା ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.