Latest Odisha News

BREAKING NEWS

ଦୁର୍ଘଟଣା ପରେ ଲଙ୍କାକାଣ୍ଡ

ସମ୍ୱଲପୁର: ସମ୍ବଲପୁର ଜିଲ୍ଲା ଜାତୀୟ ରାଜପଥର ୫୩ରେ ସର୍ଲାପାଲି ଛକ ନିକଟରେ ଦୁର୍ଘଟଣା । ମର୍ଣ୍ଣିଂୱାକରେ ଯିବା ବେଳେ ବରିଷ୍ଠ ଆଇନଜିବୀଙ୍କ ଉପରେ ଅଙ୍ଗୁର ବୋଝେଇ ଟ୍ରକ୍‌ ମାଡ଼ି ଗଲା । ମୃତକଙ୍କ ନାଁ ଉମେଶ ଚନ୍ଦ୍ର ପ୍ରଧାନ ଓ ଘର ସାକ୍ଷୀପଡ଼ାରେ ।

ଦୁର୍ଘଟଣା ପରେ ଟ୍ରକ୍ ଛାଡ଼ି ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ପୋଲିସ ଟ୍ରକ୍‌କୁ ଜବତ କରି ଘଟଣାର ତଦନ୍ତ କରୁଛି । ମୃତଦେହକୁ ଉଦ୍ଧାର ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହି ଘଟଣା ପରେ ଦୁର୍ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେଇଛି । ସ୍ଥାନୀୟ ଲୋକ ଓ ଆଇନଜୀବୀ ରାସ୍ତାରୋକ କରିଛନ୍ତି ।

ପୋଲିସ ପହଞ୍ଚି  ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି । ରାସ୍ତାରୋକ ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ଗାଡ଼ିମୋଟର ଅଟକ ରହିଛି । ଟ୍ରାଫିକ ବ୍ୟବସ୍ଥା ନଥିବାରୁ ଏପରି ଦୁର୍ଘଟଣା ଘଟୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଟ୍ରାଫିକ ବ୍ୟବସ୍ଥା କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

Comments are closed, but trackbacks and pingbacks are open.