Latest Odisha News

୨୦ ବର୍ଷ ହେଲା ଖାଲି ପାଦରେ ଚାଲୁଛନ୍ତି ବ୍ୟକ୍ତି

ସାଧାରଣତଃ ଲୋକମାନେ ଘରୁ ବାହାରକୁ ଯିବା ମାତ୍ରେ ଜୋତା ପିନ୍ଧିଥାନ୍ତି । ଆଜିକାଲି ଘରେ ଜୋତା ପିନ୍ଧିବା ବି ଏକ ପ୍ରକାର ଫ୍ୟାଶନ ହୋଇଗଲାଣି । କିନ୍ତୁ ଆମେରିକାର ଜଣେ ବ୍ୟକ୍ତି ଦୀର୍ଘ ୨୦ ବର୍ଷ ହେଲା ଜୋତା ପିନ୍ଧୁନାହାନ୍ତି । ବିନା ଚପଲରେ ସେ ବିଭିନ୍ନ ସ୍ଥାନକୁ ଯାତ୍ରା କରୁଛନ୍ତି । ଏହାର କାରଣ କ’ଣ ଆସନ୍ତୁ ଜାଣିବା ।

ଆମେରିକାର କନେକ୍ଟିକଟ୍‌ରରେ ରୁହନ୍ତି ଜୋସେଫ୍ ଡେରୁଭୋ । ବୟସ ୫୯ । ସେ ଦୀର୍ଘ ୨୦ ବର୍ଷ ହେଲା ଖାଲି ପାଦରେ ବିଭିନ୍ନ ସ୍ଥାନକୁ ଯାଉଛନ୍ତି । ଏନେଇ ଜୋସେଫ କୁହନ୍ତି, ସେ ସବୁଦିନ ଜଗିଂ କରିଥାନ୍ତି । ପ୍ରତ୍ୟେକ ଦିନ ସ୍ପୋଟର୍ସ ଜୋତା ପିନ୍ଧି ଜଗିଂ କରିବାରୁ ତାଙ୍କର ଆଙ୍ଗୁଠି ଫୁଲିବାକୁ ଆରମ୍ଭ କଲା । ଧୀରେ ଧୀରେ ଯନ୍ତ୍ରଣା ବି ଅସହ୍ୟ ହେବାରୁ ଡ଼ାକ୍ତରଖାନାକୁ ଗଲେ । ଡ଼ାକ୍ତର ତାଙ୍କୁ ତୁରନ୍ତ ଅସ୍ତ୍ରୋପଚାର ପାଇଁ ପରାମର୍ଶ ଦେଲେ । ଏପଟେ ଯନ୍ତ୍ରଣା ଅସହ୍ୟ ହେବାରୁ ଜୋସେଫ୍ ଜୋତା ପିନ୍ଧିବା ବନ୍ଦ କରି ଦେଇଥିଲେ । ଅସ୍ତ୍ରୋପଚାର ଦିନ ଡ଼ାକ୍ତରଖାନା ଯିବା ବେଳକୁ ତାଙ୍କର ଯନ୍ତ୍ରଣା ଟିକେ କମିଯାଇଥିଲା । ତେଣୁ ସେ ଆଉ ଅସ୍ତ୍ରୋପଚାର କରିବାକୁ ରାଜି ହୋଇ ନ ଥିଲେ । ଚପଲ ପିନ୍ଧା ଛାଡ଼ିଦେବାରୁ ଧୀରେ ଧୀରେ ତାଙ୍କ ଗୋଡ଼ ଭଲ ହେବାକୁ ଲାଗିଲା । ସେବେଠାରୁ ସେ ଖାଲି ପାଦରେ ଚାଲିବା ଆରମ୍ଭ କଲେ । ଇତିମଧ୍ୟରେ ଦୀର୍ଘ ୨୦ ବର୍ଷ ହେଲା ସେ ଜୋତା ପିନ୍ଧୁନାହାନ୍ତି ।

Leave A Reply

Your email address will not be published.