Latest Odisha News

ଅଷ୍ଟମ ଥର ଲାଗି ବିଜୁ ଜନତା ଦଳର ସଭାପତି ହେଲେ ନବୀନ

ଭୁବନେଶ୍ୱର: ପୁଣି ଥରେ ନବୀନ ପଟ୍ଟନାୟକ ବିଜୁ ଜନତା ଦଳର ସଭାପତି ହୋଇଛନ୍ତି । ଅଷ୍ଟମ ଥର ଲାଗି ବିଜୁ ଜନତା ଦଳର ସଭାପତି ରୂପେ ନିର୍ବାଚିତ ହୋଇଛନ୍ତି ନବୀନ । ରାଜ୍ୟ ପରିଷଦ ବୈଠକରେ ରିଟର୍ଣ୍ଣିଂ ଅଫିସର ପ୍ରତାପ ଦେବ ନବନିର୍ବାଚିତ ସଭାପତିଙ୍କ ନାଁ ଘୋଷଣା କରିଛନ୍ତି ।

ଅଷ୍ଟମ ଥର ଦଳର ମଙ୍ଗ ଧରିବା ପରେ ନବୀନ ପଟ୍ଟନାୟକ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, “ମୋର ସାଢ଼େ ୪ କୋଟି ଓଡିଶାବାସୀଙ୍କୁ ଧନ୍ୟବାଦ । ବିଜେଡି ନିର୍ବାଚନରେ ଜିତିବା ପାଇଁ ଲଢ଼େ ନାହିଁ ବରଂ ଲୋକଙ୍କ ସ୍ନେହ ପାଇବା ପାଇଁ, ଲୋକଙ୍କ ସେବା ଓ ହୃଦୟ ଜିତିବାକୁ ଲଢ଼େ । ” ବିଜୁ ବାବୁଙ୍କ ପରାମର୍ଶକୁ ସ୍ମରଣ କରି ନବୀନ ପଟ୍ଟନାୟକ କହିଛନ୍ତି କି, ବିଜୁ ବାବୁ କହୁଥିଲେ ସବୁବେଳେ ଭାବନି ଜିତିବ ବୋଲି । ସର୍ବଦା ଲୋକଙ୍କ ସେବା କରିବ ।

ସୂଚନାଯୋଗ୍ୟ, ବିଜୁ ଜନତା ଦଳର ରାଜ୍ୟ ପରିଷଦ ବୈଠକ ବସିଥିଲା । ବୈଠକରେ ପରିଷଦର ୩୫୫ଜଣ ସଦସ୍ୟ ଯୋଗ ଦେଇଥିଲେ । ୩୫୫ଜଣ ସଦସ୍ୟଙ୍କ ମଧ୍ୟରୁ ୮୦ଜଣ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି ।

Leave A Reply

Your email address will not be published.