Latest Odisha News

BREAKING NEWS

ବିଜେପିରେ ଯୋଗ ଦେଲେ ସାଂସଦ ମନୋଜ ତିୱାରୀଙ୍କ ଝିଅ

ନୂଆଦିଲ୍ଲୀ: ଅଭିନେତା ତଥା ଦିଲ୍ଲୀ ସାଂସଦ ମନୋଜ ତିୱାରୀଙ୍କ ଝିଅ ରିତି ତିୱାରୀ ବିଜେପିରେ ଯୋଗ ଦେଇଛନ୍ତି । ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ସେ ଦଳରେ ମିଶିଥିଲେ । ରିତି କହିଛନ୍ତି ଯେ, ଏହା ମୋ ପାଇଁ ଭଗବାନଙ୍କ ଆଶୀର୍ବାଦ ସଦୃଶ । ମୁଁ କେବେ ବି ଭାବି ନ ଥିଲି ସିଧାସଳଖ ରାଜନୀତିରେ ପ୍ରବେଶ କରିବି । ମୁଁ କାହାର ବିଶ୍ୱାସ ଭାଙ୍ଗିବି ନାହିଁ । ମନପ୍ରାଣ ଦେଇ କାର୍ଯ୍ୟ କରିବି ବୋଲି ସେ କହିଛନ୍ତି । ୨୨ ବର୍ଷୀୟ ରିତି ଗାୟିକା ଏବଂ ଗୀତିକାର ମଧ୍ୟ ଅଟନ୍ତି । ତାଙ୍କ ବାପା ଉତର ପୂର୍ବ ଦିଲ୍ଲୀ ଆସନରେ ବିଜେପି ସାଂସଦ ଅଛନ୍ତି ।

BjdElectrycity

୨୦୧୪ରୁ ମନୋଜ ଏହି ଆସନରୁ ବିଜୟୀ ହୋଇ ଆସୁଛନ୍ତି । ଏଥର ମନୋଜଙ୍କ ବିରୋଧରେ କଂଗ୍ରେସ କହ୍ନେୟା କୁମାରଙ୍କୁ ପ୍ରାର୍ଥୀ କରିଛି । ବିଜେପି ୭ଟି ସିଟରୁ ୬ଜଣ ବଦଳାଇଥିବା ବେଳେ କେବଳ ମନୋଜଙ୍କୁ ରିପିଟ କରିଛି । ମେ ୨୫ ରେ ଦିଲ୍ଲୀରେ ଭୋଟଗ୍ରହଣ ହେବ ।

Leave A Reply

Your email address will not be published.