Latest Odisha News

BREAKING NEWS

ରାମଲାଲାଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କଲେ ମୋଦୀ, ଆରମ୍ଭ କଲେ ବିଶାଳ ରୋଡ ଶୋ

ବାରଣାସୀ: ଗତ ଜାନୁଆରୀ ୨୨ରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ପରେ ପ୍ରଥମ ଥର ପାଇଁ ରାମମନ୍ଦିର ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଉତ୍ତରପ୍ରଦେଶ ଗସ୍ତ କରି ପ୍ରଭୁ ଶ୍ରୀ ରାମଲାଲାଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ରାମଲାଲାଙ୍କୁ ଦର୍ଶନ ପରେ ଅଯୋଧ୍ୟାରେ ଏକ ବିଶାଳ ରୋଡ ସୋ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଆସନ୍ତା ମେ ୧୪ରେ ବାରାଣାସୀ ଲୋକସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିବେ ମୋଦୀ । ଏହା ପୂର୍ବରୁ ପ୍ରଭୁ ରାମଲାଲାଙ୍କର ଦର୍ଶନ କରିଛନ୍ତି ମୋଦୀ।

BjdElectrycity

ତେବେ ନିର୍ବାଚନ ପ୍ରଚାର କାର୍ଯ୍ୟସୂଚୀ ମଧ୍ୟରେ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶ ଗସ୍ତରେ ଯାଇଛନ୍ତି । ସେଠାରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଏହି ସମୟରେ ମୋଦି ଏକ ଗଲଡେନ ରଙ୍ଗର କୁର୍ତ୍ତା-ଧଳା ପାଇଜାମା ଏବଂ ଏକ ଗଲଡେନ ଜ୍ୟାକେଟ ପିନ୍ଧିଥିଲେ। ପ୍ରଧାନମନ୍ତ୍ରୀ ପ୍ରଭୁ ରାମ ଲାଲାଙ୍କ ମୂର୍ତ୍ତିକୁ ‘ସାଷ୍ଟାଙ୍ଗ ଦଣ୍ଡବତ’ରେ ପ୍ରଣାମ କରି ପ୍ରାର୍ଥନା କରିଥିଲେ। ଏହା ପରେ ସେ ଦୁଇ କିଲୋମିଟର ଲମ୍ବା ରୋଡ ସୋ ପାଇଁ ବାହାରିଥିଲେ । ନରେନ୍ଦ୍ର ମୋଦୀଙ୍କୁ ଦେଖବାକୁ ସେଠାରେ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା ।

ରୋଡ ସୋ ସୁଗ୍ରିବ ଦୁର୍ଗରୁ ଆରମ୍ଭ ହୋଇ ଲତା ଚୌକରେ ଶେଷ ହେବ। ଉତ୍ତର ପ୍ରଦେଶରେ ଲୋକ ସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ପାଇଁ ଅଭିଯାନ ରବିବାର ସା ୬ ଟାରେ ଶେଷ ହୋଇଛି। ମେ ୭ରେ ସମ୍ଭଲ, ହାଥରସ, ଆଗ୍ରା, ଫତେହପୁର ସିକ୍ରି, ଫିରୋଜାବାଦ, ମୈନପୁରୀ, ଏଟା, ବାଦାୟୁ, ଆମଲା ଏବଂ ବରେଲିରେ ମତଦାନ ଅନୁଷ୍ଠିତ ହେବ।

 

 

 

Leave A Reply

Your email address will not be published.