Latest Odisha News

BREAKING NEWS

ମାଲକାନଗିରି ମାଓବାଦୀ କ୍ୟାମ୍ପ ଧ୍ୱଂସ; ସର୍ଚ୍ଚ ଅପରେସନ ଜାରି

ମାଲକାନଗିରି: ଆଜି ମାଲକାନଗିରି ଜିଲ୍ଲାର ବୋଣ୍ଡା ଘାଟି ଅଂଚଳର ଏକ ଜଙ୍ଗଲ ଭିତରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା ।

ମାଲକାନଗିରି ଏସପି ଋଷିକେଶ ଖିଲାରୀଙ୍କ କହିବାନୁସାରେ, ପୋଲିସକୁ ବୋନଦାପଡା-ସମ୍ବଲପୁର ଜଙ୍ଗଲରେ ମୁଦୁଲିପଡା ପାଖରେ ମାଓବାଦୀଙ୍କ ଉପସ୍ଥିତି ବିଷୟରେ ସୂଚନା ମିଳିଥିଲା । ଏହାପରେ ଡିଭିଏଫ ଓ ଏସଓଜି ବାହିନୀ ମିଳିତ ଭାବେ ମାଓବାଦୀଙ୍କ ଅପରେସନରେ ବାହାରିଥିଲେ ।

ସର୍ଚ୍ଚ ଅପରେସନ ସମୟରେ, ମାଓବାଦୀମାନେ ସୁରକ୍ଷାବଳଙ୍କ ଉପରେ ଗୁଳି ଚାଳନା କରିଥିଲେ । ଏହାପରେ ସୁରକ୍ଷାବଳ ପାଲଟା ଜବାବ ଦେଇଥିଲେ । କିଛି ସମୟ ପରେ ମାଓବାଦୀମାନେ ଜଙ୍ଗଲ ଭିତରକୁ ଖସି ପଳାଇବାରେ ସଫଳ ହୋଇଥିଲେ । ପୁଣି ଥରେ ସର୍ଚ୍ଚ ଅପରେସନ ବେଳେ ସୁରକ୍ଷାକର୍ମୀଙ୍କୁ ଜଙ୍ଗଲ ଭିତର କ୍ୟାମ୍ପରୁ ନକ୍ସଲ ପୋଷାକ, କିଟ୍ ବ୍ୟାଗ, ମୋବାଇଲ ଫୋନ୍ ଓ ଅନ୍ୟାନ୍ୟ ସାମଗ୍ରୀ ମିଳିଛି ।

Leave A Reply

Your email address will not be published.