Latest Odisha News

BREAKING NEWS

ମାଲକାନଗିରିରେ କାଳବୈଶାଖୀ ତାଣ୍ଡବ, ସତୀଗୁ଼ଡ଼ା ଡ୍ୟାମରେ ଡଙ୍ଗା ବୁଡ଼଼ି ୨ ନିଖୋଜ

ମାଲକାନଗିରି: ମାଲକାନଗିରିରେ କାଳବୈଶାଖୀ ବର୍ଷା ତାଣ୍ଡବ ରଚିଛି । ଗୁରୁବାର ଅପରାହ୍ଣରେ ହୋଇଥିବା କାଳବୈଶାଖୀରେ ଭାଙ୍ଗି ଯାଇଛି ନିର୍ମାଣାଧୀନ ଏୟାରଷ୍ଟ୍ରିପର ପାଚେରି । ଅପରାହ୍ଣରେ ପାଚେରି କାମ ଚାଲିଥିବା ବେଳେ ହଠାତ୍ ବର୍ଷା ସହ ଜୋରରେ ପବନ ବୋହିଥିଲା । ପାଚେରି ଭୁଶୁଡ଼ି ଯିବା ଫଳରେ ୨ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି ।

ଝଡ଼ ବର୍ଷାରେ ଜିଲ୍ଲାରେ ଅନେକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳୁଛି । ବଡ଼ ବଡ଼ ଗଛ ଭାଙ୍ଗି ଯାଇଥିବା ବେଳେ ଅନେକ କଚ୍ଚା ଘରର ଛପର ମଧ୍ୟ ଉଡ଼଼ି ଯାଇଛି । ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ଯାଇ ରାସ୍ତା ଅବରୋଧ ହୋଇଛି ।

କାଳବୈଶାଖୀ ଯୋଗୁଁ ମାଲକାନଗିରି ସତୀଗୁଡ଼ା ଡ୍ୟାମ୍‌ରେ ୨ ଡଙ୍ଗା ବୁଡ଼ି ଯାଇଥିବା ବେଳେ ୨ ଜଣ ମତ୍ସ୍ୟଜୀବୀ ନିଖୋଜ ହୋଇ ଯାଇଛନ୍ତି । ମାଛ ଧରିବାକୁ ୨ ଜଣ ୨ଟି ଡଙ୍ଗାରେ ଜଳଭଣ୍ଡାରକୁ ଯାଇଥିଲେ । ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଲାଗି ମାଲକାନଗିରିକୁ ଓଡ୍ରାଫ୍ ୟୁନିଟ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ।

କୋରାପୁଟ ଓଡ୍ରାଫ୍ ୟୁନିଟକୁ ତୁରନ୍ତ ମାଲକାନଗିରି ଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଡ୍ୟାମ୍‌ରେ ନିଖୋଜ ୨ ଜଣଙ୍କ ସନ୍ଧାନ ପାଇଁ ସ୍ଥାନୀୟ ଅଗ୍ନିଶମ କର୍ମଚାରୀଙ୍କୁ କୋରାପୁଟ ଓଡ୍ରାଫ୍ ୟୁନିଟ୍ ସହଯୋଗ କରିବ । କ୍ଷତିଗ୍ରସ୍ତ ବିଦ୍ୟୁତ ଭିତ୍ତିଭୂମିକୁ ତୁରନ୍ତ ସଜାଡ଼ିବାକୁ ଟିପିଏସଓଡିଏଲ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସ୍ଆରସି । ଆସନ୍ତାକାଲି ମଧ୍ୟରେ କ୍ଷତିଗ୍ରସ୍ତ ଘର ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.