Illegal Cough Syrup: ରାଜଧାନୀରୁ ୮୫୨୦ ବୋତଲ ବେଆଇନ କଫ ସିରପ୍ ଜବତ …ଏପେଟ ଫୁଟବଲ୍ ପଡିଆରେ ଡିଲ୍ ବେଳେ ମାଡି ବସିଲା…
ଭୁବନେଶ୍ବର: ଭୁବନେଶ୍ଵର ଏବଂ କଟକ ସୀମାରେ ବଡ଼ ଧରଣର ଚଢ଼ାଉ । ଡ୍ରଗ୍ସ କଣ୍ଟ୍ରୋଲ୍ ବିଭାଗ ଓ ଏସ୍ଟିଏଫ୍ର ମିଳିତ ଟିମ୍ ଡି-କ୍ୟାଥେଲନ ନିକଟରେ ଚଢ଼ାଉ କରିଛି। ଭିଆର୍ଏଲ୍ ଲଜିଷ୍ଟିକ୍ ନାମକ ଏକ ପରିବହନ ସଂସ୍ଥାର ଗାଡ଼ିରୁ ୭୧ ପେଟି ରେ ୮୫୨୦ ବୋତଲ ରେସକ୍ରୋନ-ଟି କଫ ସିରଫ ଜବତ ହୋଇଛି । ଏସବୁ କୋଡ଼ିନ କଫ ସିରପ୍ ଅହମଦାବାଦରୁ ଭୁବନେଶ୍ୱର ଆସୁଥିଲା। ଭୁବନେଶ୍ବରରୁ ରାଜ୍ୟର ବିଭିନ୍ନସ୍ଥାନ ବିଶେଷତଃ ବାଲେଶ୍ଵରକୁ ଯାଇଥାନ୍ତା।
ସେହିପରି ବରଗଡ଼ରେ କଫ୍ ସିରପ କାରବାର ବେଳେ ମାଡିବସିଲା ପୋଲିସ । ବେହେରା ଫୁଟବଲ ପଡିଆରେ ଏହି କାରବାର ଚାଲିଥିବା ସମୟରେ ପୋଲିସ ଅତର୍କିତ ଚଢାଉ କରି ୯୬୦ ବୋତଲ କଫ ସିରପ ଜବତ ହୋଇଛି । ଏହା ସହ ବ୍ୟବହୃତ ଏକାଧିକ କାର୍, ବାଇକ ଓ ବୋଲେରୋ ଗାଡି ଏବଂ ନଗଦ ୨ଲକ୍ଷ ୬୦ହଜାର ଟଙ୍କା ଜବତ ହୋଇଛି । ଏହି କାରବାରରେ ୭ଅଭିଯୁକ୍ତ ଧରାପଡିଛନ୍ତି ।