Latest Odisha News

ପଶୁଠାରେ ବି ‘ମାତୃ ସ୍ନେହ’

ଭଦ୍ରକ: ପ୍ରକୃତରେ କୁହାଯାଏ ମାଆ ହେଉଛି ସର୍ବଂସ୍ୱାହା । ଜଣେ ମାଆ ଯିଏ ନିଜ ସନ୍ତାନମାନଙ୍କ ପାଇଁ ନୀଜ ନୀବନକୁ ଉତ୍ସର୍ଗ କରିବାକୁ ସର୍ବଦା ପ୍ରସ୍ତୁତ । ସେ ପଶୁ ହେଉ ଅବା ମଣିଷ । ପ୍ରେମ ସହ ପ୍ରତିଦ୍ୱନ୍ଦିତା କରି ପାରିବେ ନାହିଁ । ଜ୍ଞାନଥିବା ମଣିଷ ଯେଉଁଠି ସ୍ୱାର୍ଥ ପାଇଁ ନିଜ ଆତ୍ମିୟଙ୍କୁ ଭୂଲିଯାଉଛି । ସେଠି କୁକୁର କିନ୍ତୁ ଭୁଲିନି ତା କର୍ତ୍ତବ୍ୟ । ଭୁଲିପାରିନି ତାର ଆତ୍ମିୟତାକୁ । ସବୁ ବାଧା ବିଘ୍ନକୁ ପଛରେ ପକାଇ କୁକୁର ମାଆ ହେବାର ଦାୟିତ୍ୱ ତୁଲାଇଛି ।

ସୂଚନା ଅନୁଯାୟୀ, ଭଦ୍ରକ ଟାଉନ ଥାନା ନିକଟ ଏକ ହୋମ ପାଇପ ଭିତରେ କୁକୁର ନିଜ ଛୁଆଙ୍କୁ ନେଇ ରହୁଥିଲା । ହେଲେ ପ୍ରବଳ ବର୍ଷା ହେବା ଯୋଗୁଁ ହୋମ ପାଇପ ଭିତରେ ବର୍ଷା ପାଣି ପଶି ଯାଇଥିଲା । ଫଳରେ ଛୁଆ କୁକୁର ଟି ଦୀର୍ଘ ସମୟ ଧରି ଫସି ରହିଥିଲା । ମା କୁକୁର ନିଜ ଛୁଆକୁ ଉଦ୍ଧାର କରିବା ପାଇଁ ଚିତ୍କାର କରୁଥିବା ବେଳେ ଭଦ୍ରକ ପୋଲିସ ଓ ପୌରପାଳିକା କର୍ମଚାରୀ ପହଁଚି ହୋମ ପାଇପ ଭିତରୁ ବର୍ଷା ପାଣି ବାହାର କରିବାକୁ ଚେଷ୍ଟା କରିଥିଲେ ।

ତେବେ ବିକଳ ହେଉଥିବା ମା କୁକୁରଟି ହୋମ ପାଇପ ଭିତରକୁ ପଶି ନିଜ ଛୁଆକୁ ଉଦ୍ଧାର କରିଥିବା ବେଳେ ସେତେବେଳେ ଛୁଆ କୁକୁରଟିର ମୃତ୍ୟୁ ହୋଇଯାଇଥିଲା । ପରେ ମା ନିଜ ଛୁଆକୁ ଉଦ୍ଧାର କରି ଏକ ସୁରକ୍ଷିତ ସ୍ଥାନରେ ନିଜ ମୃତ ଛୁଆକୁ ମାଟି ଖୋଳି ପୋତିବା ଘଟଣା ସମାଜ ପାଇଁ ଏକ ଉଦାହରଣ ପାଲଟିଛି ।

Comments are closed, but trackbacks and pingbacks are open.