Latest Odisha News

BREAKING NEWS

‘ସାଧାରଣ ଲୋକଙ୍କ ଟଙ୍କାରେ ଦେଶର ଗରିବ ଲୋକଙ୍କୁ ମାଗଣା ରାସନ ଦେଇ ବାଃ ବାଃ ନେଉଛି ବିଜେପି’

ନୂଆଦିଲ୍ଲୀ: କୋରୋନା ଅବଧି ପରଠାରୁ କେନ୍ଦ୍ରରେ ବିଜେପି ସରକାର ଗରିବ ପରିବାର ପାଇଁ ମାଗଣା ରାସନ ପାଇଁ ବ୍ୟବସ୍ଥା କରିଛନ୍ତି, ଯାହା ଏବେବି ଜାରି ରହିଛି । ଏଥି ସହିତ, ବିଜେପିର ଏହି ଯୋଜନା ପରେ କଂଗ୍ରେସ ବର୍ତ୍ତମାନ କହିଛି ଯେ ଯଦି ଆମେ ସରକାର କରିବୁ, ତେବେ ବିଜେପିର ୫ କିଲୋଗ୍ରାମ ରାସନ ବଦଳରେ ୧୦ କିଲୋଗ୍ରାମ ରାସନ ମାଗଣାରେ ଦିଆଯିବ । ବର୍ତ୍ତମାନ ବହୁଜନ ସମାଜ ପାର୍ଟି (ବସପା) ମୁଖ୍ୟ ମାୟାବତୀ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ।

ଗୁରୁବାର ମାୟବତୀ କହିଛନ୍ତି ଯେ, ଟ୍ୟାକ୍ସ ଟଙ୍କାରେ ଦେଶର ଗରିବ ଲୋକଙ୍କୁ ମାଗଣା ରାସନ ଦେଇ ଏହାର ଶ୍ରେୟ ନଉଛି ବିଜେପି ସରକାର । ମାୟାବତୀ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ରେ ପୋଷ୍ଟ କରି ଲେଖିଛନ୍ତି ଯେ, ଲୋକଙ୍କୁ ଦାରିଦ୍ର୍ୟ, ବେକାରୀ, ମୁଦ୍ରାସ୍ଫୀତି ଓ ପଛୁଆବର୍ଗ ଭଳି ଅଭିଶାପରୁ ମୁକ୍ତ କରିବା ତ ଦୂରର କଥା ଏହାକୁ ରୋକିବାରେ ବିଫଳ ହୋଇଛି ବିଜେପି ସରକାର । ଗରିବ ଲୋକଙ୍କୁ ଟିକେ ରାସନ ଦେବା ପାଇଁ ନିର୍ବାଚନ ଲାଭ ପାଇବାକୁ ଚେଷ୍ଟା କରୁଛି ବିଜେପି । ଯାହା ସମ୍ପୂର୍ଣ୍ଣ ଭାବେ ଭୁଲ ଅଟେ । ଏହା ଦେଇ କେନ୍ଦ୍ର ସରକାର କୌଣସି ଦୟା କରୁନାହାନ୍ତି ବୋଲି ମୟାବତୀ କହିଛନ୍ତି ।

ସେ ଆହୁରି କହିଛନ୍ତି, ଲୋକମାନଙ୍କ ଦ୍ୱାରା ଦିଆଯାଇଥିବା ଟ୍ୟାକ୍ସ ଟଙ୍କାରେ ଗରିବଙ୍କୁ ମାଗଣା ରାସନ ଦେଇ ଏହା ବଦଳରେ ଭୋଟ୍ ମାଗି ଗରିବ ଲୋକଙ୍କୁ ପରିହାସ କରିବା ଅନୁଚିତ ବୋଲି କହିଛନ୍ତି ମାୟାବତୀ ।

Leave A Reply

Your email address will not be published.