Latest Odisha News

BREAKING NEWS

ଅବସର କେବେ ନେବେ ସୂଚନା ଦେଲେ କୋହଲି

ବେଙ୍ଗାଲୁର: ଭାରତୀୟ କ୍ରିକେଟର ମହାନ ଖେଳାଳି ବିରାଟ କୋହଲି ଚଳିତ ଆଇପିଏଲରେ ଜବରଦସ୍ତ ଫର୍ମରେ ରହିଛନ୍ତି । ସେ ୧୩ ମ୍ୟାଚରୁ ୬୬୧ ରନ କରିଛନ୍ତି । ଆଗକୁ ଟି୨୦ ବିଶ୍ୱକପରେ ତାଙ୍କଠାରୁ ସ୍ମରଣୀୟ ପ୍ରଦର୍ଶନ ଆଶା କରାଯାଉଛି । ଏବେ ସେ ଆନ୍ତର୍ଜାତୀୟ କ୍ରିକେଟରୁ କେବେ ଅବସର ନେବେ ସେ ସମ୍ପର୍କରେ ସୂଚନା ଦେଇଛନ୍ତି । ଆରସିବି ପକ୍ଷରୁ ୩୫ ବର୍ଷୀୟ କୋହଲିଙ୍କ ଏକ ଭିଡିଓ ବାର୍ତା ଛଡାଯାଇଛି । ଏଥିରେ ସେ କହିଛନ୍ତି, କୌଣସି କାମ ଅଧାରୁ ଛାଡି ଜୀବନ ଯାକ ଦୁଃଖୀ ହେବାକୁ ଚାହିଁବନି । ଯେତେବେଳେ ମୁଁ ମୋର ସ୍ୱପ୍ନ ପୂରଣ କରିନେବି ସେବେ ମନକୁ ମନ ଛାଡି ପଳାଇବି ।

ମନପ୍ରାଣ ଦେଇ ମୁଁ ଖେଳି ଚାଲିଥିବି । କ୍ରିକେଟକୁ ଭଲ ପାଏ, ଏତେ ସହଜରେ ଏହି କ୍ୟାରିୟରକୁ ଶେଷ କରିବାକୁ ଚାହିଁବିନି । ୨୦୦୮ରେ ଭାରତ ୧୯ ବର୍ଷରୁ କମ ବିଶ୍ୱକପ ଜିତିବା ପରେ ଆରସିବି ତାଙ୍କୁ ଦଳରେ ନେଇଥିଲା । ସେବେଠାରୁ ସେ ଏହି ଫ୍ରାଂଚାଇଜ ସହ ଜଡିତ ଅଛନ୍ତି । ନିକଟରେ ହରଭଜନ ସିଂ ଏହି ମହାନ ଖେଳାଳିଙ୍କୁ ଆରସିବି ଅଧିନାୟକ ଦାୟିତ୍ୱ ପ୍ରଦାନ କରୁ ବୋଲି କହିଥିଲେ ।

Leave A Reply

Your email address will not be published.