Latest Odisha News

BREAKING NEWS

ପାଇଲଟ୍ ନିଖୋଜ ଥିବା ସ୍ପଷ୍ଟ କଲେ ଭାରତୀୟ ମନ୍ତ୍ରଣାଳୟ; ଗିରଫ ନେଇ ଦାବି କଲା ପାକିସ୍ତାନ

ନୂଆଦିଲ୍ଲୀ : ଭାରତୀୟ ବାୟୁସେନାର ମିଗ୍-୨୧ ବିସନ୍ ନିୟନ୍ତ୍ରଣ ରେଖା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବାବେଳେ ଏହାର ପାଇଲଟ୍ ନିଖୋଜ ଥିବା ନେଇ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ରବିଶ କୁମାର ବୁଧବାର ଦିନ ସୂଚନା ପ୍ରକାଶ କରିଛନ୍ତି ।

ଏହି ଘଟଣାରେ ବାୟୁସେନାର ଜଣେ ପାଇଲଟ ନିଖୋଜ ଥିବା ସେ ସ୍ପଷ୍ଟ କରିଛନ୍ତି । ସେପଟେ ପାକିସ୍ତାନ ଭାରତୀୟ ବାୟୁସେନାର ଜଣେ ପାଇଲଟଙ୍କୁ ବନ୍ଦୀ କରି ରଖିଥିବା ଯୁକ୍ତି କରି ଏକ ଭିଡିଓ ଜାରି କରିଛି ।

ପାକିସ୍ତାନର ଏକ ରେଡିଓ ଉକ୍ତ ପାଇଲଟଙ୍କୁ ବନ୍ଦୀ କରାଯାଇଥିବା ସମ୍ପର୍କରେ ଏକ ଭିଡିଓ ରିଲିଜ କରିଛି । ତେବେ ଏନେଇ ତଦନ୍ତ ଆରମ୍ଭ ହୋଇଥିବା ନେଇ ଶ୍ରୀଯୁକ୍ତ ରବିଶ କୁମାର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ।

ଆହୁରି ମଧ୍ୟ ବାୟୁସେନାର ମିଗ୍-୨୧ ପାକିସ୍ତାନର ଲଢୁଆ ବିମାନକୁ ମାରି ଖସାଇଦିଆଯାଇଛି ଏବଂ ଏହି ବିମାନର ଧ୍ୱଂସାବଶେଷ ପିଓକେ ନିକଟରେ ପଡିଥିବା ନେଇ ସୈନ୍ୟମାନେ ସୂଚନା ପ୍ରଦାନ କରିଥିବା ନେଇ ଶ୍ରୀଯୁକ୍ତ ରବିଶ କହିଛନ୍ତି ।

ଭାରତ ପାକିସ୍ତାନର ଏୟାରସ୍ପେଶରୁ ଦୂରେଇ ରହିବା ପାଇଁ ଅମୃତସର, ଚଣ୍ଡିଗଡ, ଡେରାଡୁନ୍, ଜମ୍ମୁ, ଶ୍ରୀନଗର ଓ ଲେହ ସମେତ ଉତ୍ତର ଭାରତର ୮ଟି ବିମାନବନ୍ଦରକୁ ବନ୍ଦ ଘୋଷଣା କରିଥିଲା ବେଳେ ପରବର୍ତ୍ତୀ ସମୟରେ ଏହି ନିଷ୍ପତ୍ତିକୁ ପ୍ରତ୍ୟାହୃତ କରିଛି ।

ଅପରପକ୍ଷରେ ପାକିସ୍ତାନ ଇସଲାମବାଦ ଓ ଲାହୋରରୁ ଉଡାଣ ବନ୍ଦ କରିଦେଇଛି ।

Leave A Reply

Your email address will not be published.