Latest Odisha News

BREAKING NEWS

ରାଜ୍ୟର ୧୨ଟି ଜିଲ୍ଲାରେ ୨୪ ଘଣ୍ଟା ମଧ୍ୟରେ ଝଡ଼ବର୍ଷା ସମ୍ଭାବନା

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ପକ୍ଷରୁ ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୨ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସୂଚନା ଦିଆଯାଇଛି ।

ବୁଧବାର ଦିନ ସାମ୍ବାଦିକଙ୍କୁ ସୂଚନା ଦେଇ ଭୁବନେଶ୍ୱରସ୍ଥ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ସୁଦର୍ଶନ ମିଶ୍ର ସୂଚନା ଦେଇ କହିଛନ୍ତି, ପୂର୍ବ ରାଜସ୍ଥାନରୁ ଉତ୍ତର ଛତିଶଗଡ଼ ଏବଂ ଉତ୍ତର ମଧ୍ୟପ୍ରଦେଶ ଉପରରେ ସମୂଦ୍ର ପତ୍ତନର ଦେଢ କିଲୋମିଟର ଉଚ୍ଚତାରେ ପ୍ରବାହିତ ପବନ ଯୋଗୁଁ ଦକ୍ଷିଣ ପୂର୍ବ ଉତ୍ତର ପ୍ରଦେଶ ଏବଂ ପଡ଼ୋଶୀ ରାଜ୍ୟର କିଛି ଅଞ୍ଚଳରେ ଘୂର୍ଣ୍ଣିବଳୟ ଅନୁଭୁତ ହୋଇଛି । ଏହାର ପ୍ରଭାବରେ ଘଡ଼ଘଡ଼ି ସହିତ ଝଡ଼ବର୍ଷାର ସମ୍ଭାବନା ରହିଛି ।

ଏହା ଓଡ଼ିଶାରେ ପ୍ରଭାବିତ ହେବା ସହିତ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାର କେତେକ ଅଞ୍ଚଳରେ ଘଡ଼ଘଡ଼ି ସହିତ ବୃଷ୍ଟିପାତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଯେଉଁ ସବୁ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି ସେହି ଜିଲ୍ଲାଗୁଡ଼ିକ ହେଲା – ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ରାୟଗଡ଼ା ଏବଂ ଗଜପତି ଜିଲ୍ଲା ।

ଆହୁରି ମଧ୍ୟ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇ କୁହାଯାଇଛି ଯେ, ଯେଉଁ ସବୁ ଜିଲ୍ଲାମାନଙ୍କରେ ମୂଷଳଧାରାରେ ବୃଷ୍ଟିପାତ ହେବ ସେହି ଜିଲ୍ଲା ଗୁଡ଼ିକ ହେଲା – ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ ଓ କଟକ ଜିଲ୍ଲା ।

ଏହିପରି ପାଣିପାଗ ଯୋଗୁଁ ମତ୍ସ୍ୟଜୀବୀମାନଙ୍କୁ ଗଭୀର ସମୁଦ୍ର ମଧ୍ୟକୁ ନଯିବାକୁ ବାରଣ କରାଯିବା ସହିତ ଜନସାଧାରଣଙ୍କୁ ଏହି ସମୟରେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାର କେତେକ ସ୍ଥାନରେ ଗୁରୁବାର ବେଳକୁ ୨୫ରୁ ୩୫ କିଲୋମିଟର ବେଗରେ ପବନ ବହିବା ସହିତ ଏହା ସର୍ବାଧିକ ୪୫ କିଲୋମିଟର ବେଗରେ ବହିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି ।

Leave A Reply

Your email address will not be published.