Latest Odisha News

BREAKING NEWS

ଅଦ୍ଭୁତ ମରଣ ! ଗୋଟିଏ ଛିଙ୍କରେ ଚାଲିଗଲା ଯୁବକଙ୍କ ଜୀବନ

ନୂଆଦିଲ୍ଲୀ : ମଣିଷ ଜୀବନ କ୍ଷଣିକ ମାତ୍ର । କେତେବେଳେ କାହାର ମୃତ୍ୟୁ ଘଟିବ ତାହା କେହି କେବେ ବିଶ୍ବାସ କରିପାରିବେନି  ।  ମୃତ୍ୟୁର କୌଣସି ସମୟ ନଥାଏ । କଥାରେ ଅଛି ମୃତ୍ୟୁର ସମୟ ଆସିଲେ କାଳ କେତେବେଳେ ଆସି ହାତ ଧରି ଟାଣି ନେବ ତାହା କାହାକୁ ଜଣାନଥାଏ  । ତେବେ ଏଭଳି ମୃତ୍ୟୁର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ମିରଟର କିଦବଈ ନଗରରେ । ରାସ୍ତାରେ ସାଙ୍ଗମାନଙ୍କ ଯାଉଥିଲେ ଯୁବକ ଜଣକ ହଠାତ୍ ତଳେ ପଡି ଚାଲିଗଲା ଯୁବକଙ୍କ ଜୀବନ । ତେବେ ଏହି ଦୃଶ୍ୟ  ସିସିଟିଭିରେ କଏଦ ହୋଇଥିଲା  । ବର୍ତ୍ତମାନ ଏହି ଘଟଣାର ଫୁଟେଜ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ସୂଚନା ଅନୁଯାୟୀ, ଏକ କଲୋନି ରାସ୍ତାରେ ରାତି ୧୧ଟା ସମୟରେ ୪ଜଣ ସାଙ୍ଗ ଚାଲିଚାଲି ଯାଉଥିଲେ । ସାଙ୍ଗମାନେ ପରସ୍ପର ସହ କଥାବାର୍ତ୍ତା ହୋଇ ଚାଲିଥିଲେ । ଠିକ୍‌ ଏତିକିବେଳେ ରାସ୍ତା କଡରେ ଯାଉଥିବା ଯୁବକ ଛିଙ୍କିବା ପରେ ହଠାତ୍‌ ତଳେ ପଡ଼ି ବେହୋସ୍ ହୋଇଯାଇଥିଲେ । ସେହି ଯୁବକ ଜଣକୁ ସାଙ୍ଗମାନେ ଟେକି ଟେକି ନିକଟସ୍ଥ ହସ୍ପିଟାଲକୁ ନେଇଥିଲେ ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଯୁବକଙ୍କ ହଠାତ୍‌ ଏଭଳି ମୃତ୍ୟୁ ଦେଖି ସାଙ୍ଗମାନେ ସ୍ତବ୍ଧ ହୋଇଯାଇଥିଲେ  । ବର୍ତ୍ତମାନ ଏହି ମୃତ୍ୟୁ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି  ।

 

Comments are closed.