Latest Odisha News

ମହାନତା ଦେଖାଇଲେ ବିଧାୟିକା, ଆହତ ମହିଳାଙ୍କୁ ନିଜ ଗାଡ଼ିରେ ଡାକ୍ତରଖାନା ନେଲେ

କୋରାପୁଟ:ଭୋଟ ପରେ ଭୋଟରଙ୍କୁ ଭୁଲଯାନ୍ତି ନେତା । ଭୋଟ ସମୟରେ ଯାହାର ଦ୍ୱାର ସବୁବେଳେ ଖୋଲାଥାଏ ଭୋଟ ଜିତିଲା ପରେ ସେ ଦ୍ୱାର ଭୋଟରଙ୍କ ପାଇଁ ଖୁବ କମ ଖୋଲିଥାଏ । ଏହା ସାଧାରଣତ କଥା । ହେଲେ ଏଠି ଏ କି ବିଡମ୍ବନା ? ରାସ୍ତାରେ ପଡି ଛଟପଟ ହେଉଥିବା ଜଣେ ମହିଳାଙ୍କୁ ବିଧାୟିକା ନିଜେ ତାଙ୍କ ଗାଡ଼ିରେ ନେଉଛନ୍ତି ଡାକ୍ତରଖାନା ।

ମହାନତା ଦେଖାଇଲେ ବିଧାୟିକା । ନିଜ ଗାଡ଼ିରେ ବୋହିନେଲେ ଦୁର୍ଘଟଣାଗ୍ରସ୍ତ ମହିଳାଙ୍କୁ । ବିଧାୟିକାଙ୍କର ଏହି କାମକୁ ଦେଖିବା ପରେ ସାରା ଜିଲ୍ଲାରୁ ଛୁଟିଛି ପ୍ରଶଂସାର ସୁଅ । ଏ ହେଉଛନ୍ତି କୋଟପାଡ ବିଧାୟିକା ପଦ୍ମିନୀ ଦିଆନ।

ଗତକାଲିର ଘଟଣା  । ବୋରିଗୁମ୍ମା ବ୍ଲକର ପରବ ଉଦଘାଟନ ଉତ୍ସବରେ ଯୋଗ ଦେବାକୁ ଯାଇଥିଲେ ବିଧାୟିକା । ଉତ୍ସବ ସାରି ଫେରୁଥିଲେ । ବାଟରେ ଏକ ସଡକ ଦୁର୍ଘଟଣା ଘଟିଥିଲା । ଆହତ ଜଣେ ମହିଳା ରାସ୍ତାରେ ପଡି ଛଟପଟ ହେଉଥିଲେ । ମହିଳାଙ୍କୁ ତୁରନ୍ତ ଡାକ୍ତରଖାନା ନେବା ଦରକାର, ହେଲେ  ଆମ୍ବୁଲାନ୍ସ ନ ଥିଲା । ଶେଷରେ ବିଧାୟକ ଗାଡିରୁ ଓହ୍ଲାଇ ଆସିଥିଲେ । ମହିଳାଙ୍କୁ ନିଜ ହାତରେ ଧରିଥିଲେ ଏବଂ ନିଜ ଗାଡିରେ ନେଇ କୋଟପାଡ଼ ମେଡିକାଲରେ ପହଞ୍ଚାଇଥିଲେ ।    ବିଧାୟିକାଙ୍କର ଏପରି ମାନବିକତା ଦେଖିବା ପରେ ବୁଦ୍ଧି ଜୀବି ମହଲରେ ବେଶ  ପ୍ରଶଂସା କରାଯାଉଛି ।

Leave A Reply

Your email address will not be published.