Latest Odisha News

BREAKING NEWS

ହକି ବିଶ୍ୱକପ: ଆଜି ଫାଇନାଲରେ ନେଦରଲାଣ୍ଡ ଓ ବେଲଜିୟମ କଡ୍ଡା ମୁକାବିଲା

ଭୁବନେଶ୍ୱର : ଓଡିଶା ପୁରୁଷ ହକି ବିଶ୍ୱକପର ଫାଇନାଲ ତଥା ଅନ୍ତିମ ମ୍ୟାଚ୍ ରବିବାର ଶକ୍ତିଶାଳୀ ନେଦରଲାଣ୍ଡ ଓ ବେଲଜିୟମ ମଧ୍ୟରେ ଅନୁଷ୍ଠିତ ହେବ ।

ଏଥିସହିତ ଆଜି ଅପରାହ୍ନରେ ମଧ୍ୟ କାଂସ୍ୟ ପଦକ ହାତେଇବା ପାଇଁ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ କଡ୍ଡା ମୁକାବିଲା ହେବ ।

ଅନ୍ୟପକ୍ଷରେ ଗତକାଲି ରୋମାଞ୍ଚକର ମ୍ୟାଚରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଚତୁର୍ଦ୍ଦଶ ହକି ବିଶ୍ଵ କପ୍ ଫାଇନାଲରେ ପ୍ରବେଶ କରି ନେଦରଲାଣ୍ଡ ହକି ବିଶ୍ୱକପ ମୁକୁଟ ଠାରୁ ଗୋଟିଏ ବିଜୟ ଦୂରରେ ଅଛି । ଆହୁରି ମଧ୍ୟ ପୂର୍ବରୁ ଇଂଲଣ୍ଡକୁ ହରାଇ ଫାଇନାଲରେ ପ୍ରବେଶ କରିପାରିଛି ବେଲଜିୟମ ।

ତେବେ କଳିଙ୍ଗ ଷ୍ଟାଡିୟମରେ ପାଖାପାଖି ୧୮ ଦିନ ଧରି ଚାଲି ରହିଥିବା ବିଶ୍ୱକପ୍ ହକି ଟୁର୍ଣ୍ଣାମେଣ୍ଟର ଆଜି ନିର୍ଣ୍ଣାୟକ ମ୍ୟାଚ୍ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ କିଏ ବିଶ୍ୱକପ ମୁକୁଟ ହାତେଇବ ସେନେଇ ହକି ପ୍ରେମୀଙ୍କ ମଧ୍ୟରେ ଏକପ୍ରକାର ଉତ୍ସାହ ଲାଗି ରହିଛି ।

Leave A Reply

Your email address will not be published.