Latest Odisha News

BREAKING NEWS

ବଣାଇ ଓ କଣାସରେ ହାତୀ ଉପଦ୍ରବ, ବ୍ୟାପକ ଫସଲ ନଷ୍ଟ

ସୁନ୍ଦରଗଡ/ପୁରୀ : ରାଜ୍ୟରେ ହାତୀଙ୍କ ଉପଦ୍ରବ ଦିନକୁ ଦିନ ବଢୁଥିବା ବେଳେ ସୁନ୍ଦରଗଡ଼ ଓ ପୁରୀ ଜିଲ୍ଲାରେ ରବିବାର ଦିନ ହାତୀପଲ ପଶି ଅନେକ ଫସଲ ନଷ୍ଟ କରିବା ସହ ଘରଦ୍ୱାର ଭାଙ୍ଗିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ବଣାଇ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଗୁଡ଼ିଆଳି ଗ୍ରାମରେ ପାଖାପାଖି ୧୪ଟି ହାତୀ ପ୍ରବେଶ କରି ପାଚେରି ଭାଙ୍ଗିବା ସହ ବାଡ଼ିରେ ଲଗାଯାଇଥିବା ପନିପରିବା ମଧ୍ୟ ନଷ୍ଟ କରିଛନ୍ତି । ଏଥିସହିତ ଘୁସୁରା, ଅଲେଖପୁର ଅଞ୍ଚଳରେ ମଧ୍ୟ ହାତୀପଲ ଫସଲ ନଷ୍ଟ କରିଥିବା ଜଣାପଡିଛି ।

ଅପରପକ୍ଷରେ ଖବର ପାଇ ଘଟଣାସ୍ଥଳରେ ବନବିଭାଗ କର୍ମଚାରୀ ମାନେ ପହଞ୍ଚି ହାତୀ ପଲଙ୍କୁ ଘଉଡାଇ ଦେଇଥିବା ନେଇ ସୂଚନା ମିଳିଛି ।

ସେହିପରି ଆଜି ସକାଳେ ପୁରୀ ଜିଲ୍ଲା କଣାସ ବ୍ଲକ ଅନ୍ତର୍ଗତ ଗଡବଳଭଦ୍ରପୁର ପଞ୍ଚାୟତ ନିକଟସ୍ଥ ମନିଜିପୁର ଗ୍ରାମରେ ମଧ୍ୟ ପାଖାପାଖି ୨୫ରୁ ୩୦ଟି ହାତୀ ଗ୍ରାମ ମଧ୍ୟରେ ପ୍ରବେଶ କରି ଅନେକ ଫସଲ ନଷ୍ଟ କରିଥିବା ନେଇ ଜଣାପଡିଛି ।

Leave A Reply

Your email address will not be published.