Latest Odisha News

BREAKING NEWS

କାର୍ତ୍ତିକ ଆରମ୍ଭ ନହେଉଣୁ ଶୀତ: ୪ଟି ସହରର ୧୫ ଡିଗ୍ରୀ ତଳକୁ ଖସିଲା ପାରଦ

ଭୁବନେଶ୍ୱର: ମୌସୁମୀ ଓଡ଼ିଶା ଛାଡ଼ିବା ଓ ବର୍ଷା କମିବା ପରେ ପରେ ଅନୁଭୂତ ହେଲାଣି ଶୀତ । ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ରାତିରେ ଥଣ୍ଡା ସାମାନ୍ୟ ବଢିଛି । ରାଜ୍ୟର ଚାରିଟି ଜିଲ୍ଲା ସୋନପୁର, ଅନୁଗୁଳ, କନ୍ଧମାଳ ଓ କୋରାପୁଟର ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ସେଲସିୟସରୁ ରେକର୍ଡ କରାଯାଇଛି । ଚାରିଟି ସହରରେ ୧୫ ଡିଗ୍ରୀ ସେଲସିୟସରୁ କମ୍ ରହିଛି ତାପମାତ୍ରା ।

ପାଣିପାଗ ବିଭାଗର ସୂଚନା ଅନୁସାରେ ସୋନପୁରରେ ସର୍ବନିମ୍ନ ୧୨.୮ ଡିଗ୍ରୀ, ଅନୁଗୁଳରେ ୧୩.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ଫୁଲବାଣୀ ଓ ଦାରିଙ୍ଗିବାଡ଼ିରେ ୧୪ ଡିଗ୍ରୀ ଲେଖାଏଁ ଏବଂ କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ୍ ରହିଛି ।

ଭୁବନେଶ୍ୱରରେ ୧୯.୮ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ କଟକ ସହରର ସର୍ବନିର୍ମ ତାପମାତ୍ରା ୨୦ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି । କାର୍ତ୍ତିକ ମାସ ନ ଆସୁଣୁ ଶୀତ ଅନୁଭୂତ ହେଲାଣି । ଏବର୍ଷ ରାଜ୍ୟରେ ଅଧିକ ଶୀତ ହୋଇପାରେ ।

Leave A Reply

Your email address will not be published.